ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ନାଗରିକତା ସଂଶୋଧନ ଆଇନ ବିଜ୍ଞପ୍ତି ପ୍ରକାଶ ପାଇଛି | ଏହା ପରେ କେନ୍ଦ୍ର ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଯଦି ସିସିଏରେ ଥିବା କୌଣସି ନିୟମ ଲୋକଙ୍କ ମଧ୍ୟରେ ପକ୍ଷପାତିତା କରୁଥିବ, ତା’ହେଲେ ଏହାକୁ ସେ ଦୃଢ଼ ଭାବେ ବିରୋଧ କରିବେ ବୋଲି କହିଛନ୍ତି। ସୋମବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସିଏଏ ଲାଗୁ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀ ଡାକି କହିଛନ୍ତି, “ଯଦି ନିୟମରେ ପକ୍ଷପାତିତା ରହିଥିବ, ତା’ହେଲେ ଆମେ ଏହାକୁ ଗ୍ରହଣ କରିବୁ ନାହିଁ। ଜାତି, ଧର୍ମ ଓ ଲିଙ୍ଗଗତ ଦୃଷ୍ଟିରୁ ଯଦି ପାତରଅନ୍ତର କରାଯାଇଥିବ, ତା’ହେଲେ ଆମେ ଏହାକୁ ବିରୋଧ କରିବୁ। ସେମାନେ ୨ ଦିନ ଭିତରେ କାହାକୁ ବି ନାଗରିକତା ପ୍ରଦାନ କରିପାରିବେ ନାହିଁ। ଏହା କେବଳ ଲଲିପପ ଓ ଲୋକ ଦେଖାଣିଆ କାମ।” ୪ ବର୍ଷ ଓ ୩ ମାସ ତଳେ ନାଗରିକତା ଦେବା ପାଇଁ କେନ୍ଦ୍ର ସରକାର ଆଇନ ପ୍ରଣୟନ କରିଥିଲେ। ହେଲେ ଏହାର ନିୟମ ଏଯାଏ ପ୍ରଣୟନ କରିପାରି ନଥିଲେ। ଆଉ କିଛି ଦିନ ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ହଠାତ୍ କେନ୍ଦ୍ର ସରକାର ସିଏଏ ନିୟମ ପ୍ରଣୟନ କରିଛନ୍ତି। ବିରୋଧୀଙ୍କ କହିବା କଥା ଯେ ବିଜେପି ସରକାର ତୁଷ୍ଟୀକରଣ ରାଜନୀତିକ ପାଇଁ ତରବରିଆ ଭାବେ ସିଏଏ ଲାଗୁ କରିଛି। ସେହିପରି ନିର୍ବାଚନୀ ବଣ୍ଡ ମାମଲାରେ ବ୍ୟାକଫୁଟରେ ଥିବା କେନ୍ଦ୍ର ସରକାର ଏଥିରୁ ଲୋକଙ୍କ ଧ୍ୟାନଚ୍ୟୁତ ପାଇଁ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।






More Stories
ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ କଳଙ୍କ ନୁହେଁ…..
ଆସୁଛି ବଡ଼ ବର୍ଷା: ଓଡ଼ିଶାରେ ୧୧ରୁ…..
ଉଜ୍ଜ୍ବଳା ଯୋଜନାରେ ବର୍ଷକୁ ୪ ସିଲିଣ୍ଡର…..