ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ନୟାବ ସିଂ ସୈନି ମଙ୍ଗଳବାର ହରିୟାଣାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ୍ୟପାଳ ଭଣ୍ଡାରୁ ଦତ୍ତାତ୍ରେୟ ପଦ ଓ ଗୋପନୀୟତାର ଶପଥ ପଠା କରାଇଥିଲେ| ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଉପସ୍ଥିତିରେ ନାୟବ ସିଂହ ଶପଥ ନେଇଛନ୍ତି। ତେବେ ମଞ୍ଚ ଉପରେ ଶପଥ ନେବା ପୂର୍ବରୁ ନାୟବ ପ୍ରଥମେ ଖଟ୍ଟରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। କୁରୁକ୍ଷେତ୍ରର ସାଂସଦ ତଥା ଓବିସି ସମ୍ପ୍ରଦାୟର ଚେହେରା ସୈନି ଙ୍କୁ ଗତ ବର୍ଷ ଅକ୍ଟୋବରରେ ହରିୟାଣା ବିଜେପିର ରାଜ୍ୟ ସଭାପତି ଭାବେ ନିଯୁକ୍ତ କରାଯାଇଥିଲା। ୨୦୧୯ରୁ ରାଜ୍ୟରେ ଶାସନ କରୁଥିବା ଶାସକ ଭାରତୀୟ ଜନତା ପାର୍ଟି-ଜନନାୟକ ଜନତା ପାର୍ଟି (ବିଜେପି-ଜେଜେପି) ମେଣ୍ଟରେ ଫାଟ ସୃଷ୍ଟି ହେବା ପରେ ମନୋହର ଲାଲ ଖଟ୍ଟର ଇସ୍ତଫା ଦେବା ପରେ ସୈନି ଙ୍କୁ ବିଜେପି ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଥିଲା। ସୈନି ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଛନ୍ତି, ବିଜେପି ବିଧାୟକ ଦଳର ନେତା ମନୋନୀତ ହୋଇଥିବାରୁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ହରିୟାଣା ବିଜେପି ପ୍ରଭାରୀ ବିପ୍ଲବ ଦେବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଧନ୍ୟବାଦ ଜଣାଉଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..