ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ‘ତେଜସ୍’ କ୍ରାଶ୍ ହୋଇଛି । ରାଜସ୍ଥାନ ଜୈସଲମେରର ଜବାହର ନଗର ନିକଟରେ ଦୁର୍ଘଟଣା ଘଟିଥିଲା । ଯୁଦ୍ଧାଭ୍ୟାସ୍ରେ ସାମିଲ ହେବାକୁ ଯାଉଥିବା ବେଳେ ବୟଜ୍ ହଷ୍ଟେଲ ନିକଟରେ ଏହି ଯୁଦ୍ଧ ବିମାନଟି କ୍ରାଶ୍ ହୋଇ ଖସି ପଡିଥିଲା। ୨୩ ବର୍ଷ ଭିତର ପ୍ରଥମ ଥର ପାଇଁ ଭାରତୀୟ ସେନାର ସେବା ଯୋଗାଇ ଆସୁଥିବା ଲଢ଼ୁଆ ବିମାନ ତେଜସ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇ ସିଧା ମେଘବାଲ ହଷ୍ଟେଲ ପାଖରେ ପଡିଥିଲା। ଏହାପରେ ଏଥିରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଫଳରେ ଆଖପାଖ ଅଞ୍ଚଳରେ ବ୍ୟାପକ ଧୂଆଁ ବ୍ୟାପୀ ଯାଇଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ମଧ୍ୟ ହୋଇପଡିଥିଲେ। ତେବେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। ସଠିକ୍ ସମୟରେ ପାଇଲଟ ଜଣକ ପ୍ଲେନରୁ ଡେଇଁ ପଡିବା କାରଣରୁ ତାଙ୍କ ଜୀବନ ବଞ୍ଚିଯାଇଛି।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..