ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗୁଜରାଟର ସମୁଦ୍ର ଉପକୂଳରୁ ୪୦୦ କୋଟି ଟଙ୍କାର ଡ୍ରଗ୍ସ ସହିତ ୬ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନେ ଏକ ବୋଟ୍ରେ ଏହି ଡ୍ରଗ୍ସ ଭାରତକୁ ଆଣିଥିଲେ। ଏହି ଅଭିଯୁକ୍ତମାନେ ଭାରତର ସୀମା ଭିତରକୁ ଗତକାଲି ରାତିରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସୂଚନା ପାଇ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି), ଭାରତୀୟ ତଟରକ୍ଷୀ ବାହିନୀ ଏବଂ ଗୁଜରାଟ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍ (ଏଟିଏସ୍)ର ଅଧିକାରୀମାନେ ସେମାନଙ୍କୁ ଧରିଛନ୍ତି। ଗୁଜରାଟ ଏଟିଏସ୍ର ସୂଚନା ଅନୁଯାୟୀ ନିଷିଦ୍ଧ ଡ୍ରଗ୍ସକୁ ଏହି ବ୍ୟକ୍ତିମାନେ ଦିଲ୍ଲୀ ଓ ପଞ୍ଜାବରେ ପହଞ୍ଚାଇବା ଯୋଜନା ରଖିଥିଲେ। ଭାରତୀୟ ବୋଟ୍ ସହାୟତାରେ ସେମାନେ ଉକ୍ତ ଡ୍ରଗ୍ସ ଆଣିଥିବାବେଳେ ପୋରବନ୍ଦର ନିକଟରେ ସେମାନଙ୍କୁ ଧରାଯାଇଛି। ଗତ ୩୦ ଦିନ ମଧ୍ୟରେ ଗୁଜରାଟ ଉପକୂଳରେ ଏହା ହେଉଛି ଧରାପଡ଼ିଥିବା ଦ୍ବିତୀୟ ବୃହତ୍ ଡ୍ରଗ୍ସ ରାକେଟ୍ । ଗତମାସ ୨୮ ତାରିଖରେ ସନ୍ଦିଗ୍ଧ ପାକିସ୍ତାନୀ ବ୍ୟକ୍ତିଙ୍କ ଦ୍ବାରା ଅଣାଯାଇଥିବା ଏକ ବୋଟ୍ରୁ ଅତିକମ୍ରେ ୩୩୦୦ କିଗ୍ରା ଡଗ୍ସ ଜବତ ହୋଇଥିଲା। ଭାରତୀୟ ତଟରକ୍ଷୀ ବାହିନୀ ମଧ୍ୟ ପୂର୍ବରୁ ସମୁଦ୍ରରୁ ଏକାଧିକ ଥର ଡଗ୍ସ ଜବତ କରିଛି।






More Stories
ରାଜଧାନୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ…..
ଦେଶ ହେବ ନିଶାମୁକ୍ତ…..
ରୁପା ଆମଦାନୀ ଉପରେ କଟକଣା……