Report Card Odisha

| Daily Odia News

ପୂର୍ବତନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଲେ ଡାକ୍ତର…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ଦେବୀସିଂହ ପାଟିଲ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଗତ ବୁଧବାର ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ, କିଛିଦିନ ହେବ ପ୍ରତିଭା ପାଟିଲଙ୍କୁ ଜ୍ବର ହୋଇଥିଲା । ଜ୍ବର ସହିତ ତାଙ୍କ ଛାତିରେ ସଂକ୍ରମଣ ହେବାରୁ ସେ ଅଧିକ ଅସୁସ୍ଥ ହୋଇପଡ଼ିଥି‌ଲେ। ତେଣୁ ତାଙ୍କୁ ଚିକିତ୍ସା ପାଇଁ ବୁଧବାର ରାତିରେ ମହାରାଷ୍ଟ୍ରର ପୁଣେସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପ୍ରତିଭା ପାଟିଲଙ୍କ ସ୍ବାସ୍ଥ୍ୟାବସ୍ଥା ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଡାକ୍ତରଖାନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ଗତକାଲି ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଜ୍ୱର ହେବା ସହିତ ଛାତିରେ ସଂକ୍ରମଣ ହୋଇଯାଇଛି। କିଛି ଔଷଧ ଓ ଇନଜେକସନ ଦିଆଯିବା ପରେ ସେ ସୁସ୍ଥ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି। ଡାକ୍ତରମାନେ ପ୍ରତିଭା ଦେବୀସିଂହ ପାଟିଲଙ୍କୁ ସମ୍ପୂର୍ଣ୍ଣ ନୀରିକ୍ଷଣରେ ରଖିଛନ୍ତି। କରିଥିଲେ ।

Breaking News