Report Card Odisha

| Daily Odia News

ଜ୍ଞାନେଶ କୁମାର, ସୁଖବୀର ସିଂ ହେଲେ ନୂଆ ନିର୍ବାଚନ ଆୟୁକ୍ତ,କଂଗ୍ରେସର ବିରୋଧ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ନିର୍ବାଚନ ଆୟୋଗରେ ଖାଲି ପଡ଼ିଥିବା ୨ ନିର୍ବାଚନ ଆୟୁକ୍ତ ପଦବୀକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂରଣ କରାଯାଇଛି। ଜ୍ଞାନେଶ କୁମାର ଏବଂ ସୁଖବୀର ସିଂ ସାନ୍ଧୁଙ୍କୁ ନୂଆ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତ କରାଯାଇଛି। ଚୟନ କମିଟି ସେମାନଙ୍କ ନିଯୁକ୍ତିରେ ମୋହର ଲଗାଇଛନ୍ତି। ତେବେ ସେମାନଙ୍କ ନିଯୁକ୍ତି ନେଇ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କମିଟିର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଅସହମତି ପ୍ରକାଶ କରିଛନ୍ତି। ସୁଖବୀର ସିଂ ସାନ୍ଧୁ ପଞ୍ଜାବ କ୍ୟାଡରର ବରିଷ୍ଠ ଅଧିକାରୀ ଥିବାବେଳେ ଜ୍ଞାନେଶ କୁମାର କେରଳ କ୍ୟାଡରର ବରିଷ୍ଠ ଅଧିକାରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ ଆୟୁକ୍ତ ନିଯୁକ୍ତି ଗଠିତ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତ ଥିଲେ। ଚୟନ ହୋଇଥିବା ଦୁଇ ନିର୍ବାଚନ ଆୟୁକ୍ତଙ୍କ ସମ୍ପର୍କରେ ସନ୍ଧ୍ୟା ସୁଦ୍ଧା ଅଧିସୂଚନା ସରକାର ଜାରି କରିବେ ବୋଲି କୁହାଯାଉଛି।ଚୟନ ପ୍ରକ୍ରିୟାକୁ ବିରୋଧ କରି ଅଧୀର ରଞ୍ଜନ କହିଛନ୍ତି କମିଟିରେ ଶାସକ ଦଳର ଅଧିକ ସଦସ୍ୟ ଅଛନ୍ତି। ଫଳରେ ସରକାର ଯାହା ଚାହିଁବେ ତାହା ହେବ। ତେଣୁ ମୁଁ ଏହି ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଉଛି। ଅଧୀର ରଞ୍ଜନ କହିଛନ୍ତି ମୁଁ ଆଇନ ମନ୍ତ୍ରଣାଳୟକୁ ଏହି ପଦବୀ ପୂରଣ ପାଇଁ ସର୍ଟ ଲିଷ୍ଟ କରାଯାଇଥିବା ବ୍ୟକ୍ତି ବିଶେଷଙ୍କ ସୂଚୀ ମାଗିଥିଲି। କିନ୍ତୁ ମତେ ଏହା ମିଳି ନ ଥିଲା। ଏହି ସୂଚୀରେ ୨୧୨ ନାମ ଥିବା ସେ ଅଭିଯୋଗ କରିଛନ୍ତି।

Breaking News