ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୧୮ଟି ଓଟିଟି ଆପ୍ସ ସମେତ ୧୯ଟି ଓ୍ୱେବସାଇଟ୍ ବ୍ୟାନ୍ କଲେ କେନ୍ଦ୍ର ସରକାର। ୧୦ଟି ଆପ୍ସ ସମେତ ୫୭ଟି ସୋଶାଲ ମିଡିଆ ହ୍ୟାଣ୍ଡେଲ ମଧ୍ୟ ବ୍ୟାନ୍ କରାଯାଇଛି। ଆଇଟି ଆକ୍ଟର ନିୟମକୁ ବାରମ୍ବାର ଉଲ୍ଲଙ୍ଘନ କରିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଏସବୁ ସୋଶାଲ ମିଡିଆ ପ୍ଲାଟଫର୍ମଗୁଡିକୁ ଅନେକ ଥର ଚେତାବନୀ ଜାରି କରାଯାଇଥିଲା। ଏହି OTT ପ୍ଲାଟଫର୍ମରେ ଅଶ୍ଳୀଳ କଣ୍ଟେଣ୍ଟ ପ୍ରଦର୍ଶିତ କରାଯାଉଥିଲେ। ସେଗୁଡିକୁ ହଟାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବାରମ୍ବାର ଚେତାବନୀ ଦେଇଥିଲେ। କିନ୍ତୁ ଏହା ପରେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଏମାନେ ଅମାନ୍ୟ କରିଥିଲେ।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……