ରିପୋର୍ଟ କାର୍ଡ / କଟକ
ପାରାଦୀପ ଉପକୂଳରେ ବ୍ଲାକରୋଜ ଜାହାଜ ବୁଡିବା ଘଟଣାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାର ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ଲୋଡିଛନ୍ତି ହାଇକୋର୍ଟ। ଆବେଦନକାରୀ ପ୍ରଦୀପ ପ୍ରଧାନଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପରେ ମାମଲାର ଶୁଣାଣି ଆସନ୍ତା ୧୯ ତାରିଖକୁ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ। ବ୍ଲାକରୋଜ୍ ଜାହାଜ ବୁଡିବା ଘଟଣାର ତଦନ୍ତ ପାଇଁ ସିବିଆଇ ରାଜ୍ୟ ସରକାରଙ୍କ ନୋ ଅବଜେକ୍ସନ୍ ବା NOC ପାଇଁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟ ସରକାର ଏହା ଦେଉନଥିବା ଅଭିଯୋଗରେ ପ୍ରଦୀପ ଏହି ମାମଲା ଦାୟର କରିଛନ୍ତି। ମାମଲାର ପ୍ରାରମ୍ଭିକ ଶୁଣାଣିରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦୀପଙ୍କ ପ୍ରସଙ୍ଗରେ ଆପତ୍ତି ଉଠାଇଥିଲେ ଆଡ଼ଭୋକେଟ ଜେନେରାଲ। ଏହାକୁ ନେଇ ନିଜ ଆୟର ଉତ୍ସ, ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଲୋଡ଼ିଥିଲେ ହାଇକୋର୍ଟ। ଦିନେ ସାରା ଓଡ଼ଶା ତଥା ଦେଶରେ ବ୍ଲାକ୍ ରୋଜ ବୁଡ଼ି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ପୁଣି ସେହି କଥା ଉଠିଛି । ବ୍ଲାକ୍ ରୋଜ୍ ଜାହାଜ ବୁଡି ଘଟଣା ମାମଲାରେ ସିବିଆଇ ତଦନ୍ତ ବନ୍ଦକୁ ନେଇ ପୂର୍ବରୁ ପ୍ରଶ୍ନ ଉଠାଇଥିଲା ସୂଚନା ଅଧିକାର ଅଭିଯାନ ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..