ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତିଙ୍କୁ ଚୟନ କମିଟିରୁ ବାଦ୍ ଦେଇଥିବା ୨୦୨୩ ଆଇନ ଅନୁଯାୟୀ ନୂଆ ନିର୍ବାଚନ କମିଶନର (ଇସି)ଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ସୁପ୍ରିମ୍କୋର୍ଟ ମନା କରିଦେଇଛନ୍ତି। ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନକାରୀଙ୍କୁ ଇସି ଚୟନ ପାଇଁ ଏକ ବୈଠକ ଆଗେଇ ଆସିଥିବା ଦର୍ଶାଇ ଏକ ପୃଥକ ଆବେଦନ ଦାଖଲ କରିବାକୁ କହିଛନ୍ତି। ୨୦୨୩ ଆଇନ ଅନୁଯାୟୀ କରାଯାଇଥିବା ନିଯୁକ୍ତି ଉପରେ ରୋକ୍ ଲଗାଇବାକୁ ମନା କରି ଖଣ୍ଡପୀଠ କହିଛନ୍ତି, ସାଧାରଣତଃ ଆମେ ଅନ୍ତରୀଣ ଆଦେଶ ମାଧ୍ୟମରେ କୌଣସି ଆଇନ ଉପରେ ରୋକ୍ ଲଗାଇ ନଥାଉ | ଏହା ସହିତ ୨୦୨୩ ଆଇନ ଅନୁଯାୟୀ ଦୁଇ ଜଣ ଇସିଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରିଥିବା ଏକାଧିକ ଆବେଦନର ଶୁଣାଣିକୁ କୋର୍ଟ ସ୍ଥଗିତ ରଖିଛନ୍ତି।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……