ରିପୋର୍ଟ କାର୍ଡ / ଭୁବନେଶ୍ବର
ଦୁଇ ନକଲି ଇଡି ଅଧିକାରୀଙ୍କୁ କ୍ରାଇମବ୍ରାଞ୍ଚ ଧରିଛି । ଗିରଫ ଦୁଇ ଭାଇ ଢେଙ୍କାନାଳ ଦୋଳମଣ୍ଡପ ସାହିର ତାରିଣୀ ସେନ୍ ମହାପାତ୍ର ଓ ବ୍ରହ୍ମଶଙ୍କର ମହାପାତ୍ର ବୋଲି ସୂଚନା ମିଳିଛି। ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଭିଯୋଗ ଆଧାରରେ ଉଭୟଙ୍କୁ ଗିରଫ କରାଯାଇଛି। ଏମାନେ ନିଜକୁ ଇଡି ଅଧିକାରୀର ପରିଚୟ ଦେଇ ସରକାରୀ ଅଧିକାରୀ ମାନଙ୍କୁ ଠକୁଥିଲେ । କୌଣସି କେସ୍ର ରଫାଦଫା ପାଇଁ ଟଙ୍କା ଆଦାୟ କରୁଥିଲେ। ଟଙ୍କା ନେବା ପରେ ମିଛ କ୍ଲିଅରାନ୍ସ ରିପୋର୍ଟ ମଧ୍ୟ ଦେଉଥିଲେ। ଫୋନ୍ ପେ ରେ ୧୬ ଲକ୍ଷରୁ ଅଧିକ ଟଙ୍କାର କାରବାର କରିଥିବା ସୂଚନା ମିଳିଛି। ସେମାନଙ୍କ ନିକଟରୁ ଲାପଟପ୍, କମ୍ପୁଟର , ୫ଟି ମୋବାଇଲ ଜବତ କରାଯାଇଛି। ଏହାସହିତ ବ୍ୟାଙ୍କ ପାସ୍ବୁକ୍, ୧୭ଟି ଏଟିଏମ୍ କାର୍ଡ , ଫେକ୍ ଆଇକାର୍ଡ , ଚେକ୍ ମଧ୍ୟ ଜବତ ହୋଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..