ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁପ୍ରିମକୋର୍ଟରୁ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି ମିଳିଛି। ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେଲେ ସୁପ୍ରିମକୋର୍ଟ। ଦୁଇ ସପ୍ତାହ ତଳେ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ ହାଇକୋର୍ଟ। ତାଙ୍କ ବିରୋଧରେ ଆସିଥିବା ନିର୍ବାଚନୀ ଅନିୟମିତତା ମାମଲାର ଶୁଣାଣି କରି ଏପରି ରାୟ ପ୍ରକାଶ କରିଥିଲେ ହାଇକୋର୍ଟ। ଗତ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିଲେ ମୋକିମ। ଏପରିକି ସେ ଜାଣିଶୁଣି କିଛି କ୍ୟାଟେଗରୀ ଛାଡ଼ି ଯାଇଥିଲେ। ନାମାଙ୍କନ ପତ୍ରରେ ଏ ସମ୍ପର୍କିତ ତଥ୍ୟ ଲୁଚାଇଥିବାରୁ ତାହା RTI ଆକ୍ଟକୁ ଉଲ୍ଳଘଂନ କରୁଛି ବୋଲି ବିଜେଡି ନେତା ତଥା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ। ଦେବାଶିଷ ଏନେଇ ୨୦୧୯ ମସିହାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଥିଲେ। ସେହି ଆଧାରରେ କୋର୍ଟ ପକ୍ଷରୁ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆବଶ୍ୟକ କାଗଜପତ୍ର ବି ଉପସ୍ଥାପନ କରାଯାଇଥିଲା। ଦୀର୍ଘ ଦିନ ଧରି ଏହି ମାମଲା ଚାଲିଥିବା ବେଳେ ଗତ ୪ ତାରିଖରେ ହାଇକୋର୍ଟ ରାୟ ପ୍ରକାଶ କରି ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..