ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନ ପୂର୍ବରୁ ଆକ୍ସନ ମୁଡ୍ରେ ନିର୍ବାଚନ ଆୟୋଗ। ବିଦା ହେଲେ ୬ ରାଜ୍ୟର ଗୃହ ସଚିବ। ନିର୍ବାଚନ ଆୟୋଗ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପଶ୍ଚିମବଙ୍ଗ ଡିଜିପିଙ୍କୁ ମଧ୍ୟ ହଟାଇବାକୁ କୁହାଯାଇଛି। ମିଜୋରାମ ଓ ହିମାଚଳ ପ୍ରଦେଶର ପ୍ରଶାସନିକ ବିଭାଗର ସଚିବଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ନିର୍ବାଚନ ଆୟୋଗ ବୃହାନମୁମ୍ବାଇ ନଗର ନିଗମର କମିଶନର ଇକବାଲ ଚହଲ ଓ ଅତିରିକ୍ତ କମିଶନର ଏବଂ ଡେପୁଟି କମିଶନରଙ୍କୁ ମଧ୍ୟ ହଟାଇ ଦେଇଛନ୍ତି। ମିଜୋରାମ ଓ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦାୟିତ୍ୱ ତୁଲଉଥିବା ଜିଏଡି ସଚିବଙ୍କୁ ମଧ୍ୟ ବିଦା କରାଯାଇଛି। ମୁକ୍ତ, ଅବଧା ଓ ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏଭଳି ପଦକ୍ଷେପ ନେଇଛନ୍ତି। କହିରଖୁ ଯେ, ପଶ୍ଚିମବଙ୍ଗ ଡିଜିନିଙ୍କୁ ୨୦୧୬ ବିଧାନସଭା ନିର୍ବାଚନ ଓ ୨୦୧୯ ଲୋକସଭା ନିର୍ବାଚନ ବେଳେ ମଧ୍ୟ ଡ୍ୟୁଟିରୁ ହଟାଇ ଦିଆଯାଇଥିଲା।






More Stories
କୋର୍ଟକୁ ବୋମା ଧମକ…..
ରେପୋ ରେଟରେ ଅପରିବର୍ତ୍ତିତ…..
ଭଡ଼ାଘର ଦେବେ ସରକାର…..