ରିପୋର୍ଟ କାର୍ଡ / ବାଲେଶ୍ଵର
ପଞ୍ଚଲିଙ୍ଗେଶ୍ୱର ଜଙ୍ଗଲରେ ପାଟ୍ରୋଲିଂ ବେଳେ ମୁହାଁମୁହିଁ ହୋଇଛନ୍ତି ଶିକାରୀ ଓ ବନ କର୍ମଚାରୀ। ଶିକାରୀଙ୍କ ଗୁଳିରେ ୨ ବନ କର୍ମଚାରୀ ଗୁରୁତର ହୋଇଥିବା ବେଳେ ଜଣେ ସାମାନ୍ୟ ଆହତ ହୋଇଛନ୍ତି। ପଞ୍ଚଲିଙ୍ଗେଶ୍ୱର ବିଟ୍ ଅଞ୍ଚଳରେ କିଛି ଶିକାରୀ ପଶିଥିବା ଖବର ପାଇ ଗତ ରାତିରେ ପାଟ୍ରୋଲିଂ ଟିମ୍ ଜଙ୍ଗଲକୁ ଯାଇଥିଲେ। ସେଠାରେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ରାତି ପ୍ରାୟ ୨ଟା ବେଳେ ସେମାନେ ଶିକାରୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଉକ୍ତ ସମୟରେ ଜଙ୍ଗଲରେ ଦୁଇ ଶିକାରୀ ଥିବା ବେଳେ ବନ କର୍ମଚାରୀ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ। କର୍ମଚାରୀଙ୍କୁ ଗୁଳିମାଡ଼ କରିଥିଲେ ଶିକାରୀ । ଏଥିରେ ୨ ବନ କର୍ମଚାରୀଙ୍କ ଦେହରେ ଗୁଳି ବାଜିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ଅଛି। ଆଉ ଜଣେ ବନ କର୍ମଚାରୀ ଡେଇଁ ପଡ଼ିଥିବା ବେଳେ ସାମାନ୍ୟ ଆହତ ହୋଇଛନ୍ତି। ଖବର ପାଇ ତୁରନ୍ତ ବନ ବିଭାଗ ପକ୍ଷରୁ ଗୁରୁତର ଦୁଇ ବନ କର୍ମଚାରୀଙ୍କୁ ପ୍ରଥମେ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୨ ଶିକାରୀଙ୍କୁ ଗିରଫ କରିଛି କୁଳଡିହା ବନ ବିଭାଗ।






More Stories
ଭୁଲ ଇଞ୍ଜେକ୍ସନ୍ ନେଲା ଶିଶୁର ଜୀବନ…..
ରୋଷେୟାର ତଣ୍ଟି କାଟିଦେଲା ହେଲପର…..
ଜଳିଗଲା ବସ୍….