ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନାଗରିକତା ସଂଶୋଧନ ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ୩ ସପ୍ତାହ ମଧ୍ୟରେ ସରକାରଙ୍କୁ ଜବାବ ମାଗିଛନ୍ତି କୋର୍ଟ । ସରକାର ଗତ ସପ୍ତାହରେ ଏହି ଆଇନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଥିଲେ। ସିଏଏ କୁ ନେଇ ସୁପ୍ରିମକୋର୍ଟରେ ପ୍ରାୟ ୨୩୭ଟି ପିଟିସନ ଦାଖଲ ହୋଇଥିଲା । ଆବେଦନକାରୀଙ୍କ ମଧ୍ୟରେ କେରଳ ରାଜ୍ୟ ସରକାର ବି ଅଛନ୍ତି । ଆଜି ସୁପ୍ରିମକୋର୍ଟରେ ଏହି ଆବେଦନଉପରେ ଶୁଣାଣି ଆରମ୍ଭ ହୋଇଥିଲା । ଅଦାଲତ ଏହାକୁ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ କରିବା ଉପରେ ରୋକ୍ ଲଗାଇବାକୁ ମନା କରିବା ସହ ସରକାରଙ୍କୁ ଜବାବ ମାଗିଛନ୍ତି। ଜବାବ ଦାଖଲ ପାଇଁ ସରକାରଙ୍କୁ ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୩ ସପ୍ତାହ ସମୟ ଦିଆଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୯ରେ ହେବ। ଶୁଣାଣି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ଜବାବ ଦେବା ପାଇଁ ୪ ସପ୍ତାହ ସମୟ ମାଗିଥିଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ମାତ୍ର ୩ ସପ୍ତାହ ସମୟ ଦେଇଛନ୍ତି |






More Stories
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..