Report Card Odisha

| Daily Odia News

କାଳବୈଶାଖୀ ବର୍ଷା: ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କିଛି ଦିନର ତାରି ଭିତରେ ରାଜ୍ୟକୁ ଆଶ୍ବସ୍ତି ମିଳିଛି | କାଳବୈଶାଖୀ ପ୍ରଭାବରେ ଟ୍ବିନ୍ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି। ଆଜି ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ଓ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଗାମୀ ୩ ଘଣ୍ଟା ବିଜୁଳି , ଘଡଘଡି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ , ଗଜପତି, ରାୟଗଡା , ପୁରୀ , ବୌଦ୍ଧ, ଅନୁଗୁଳ, କଟକ , ଖୋର୍ଦ୍ଧା , ନୟାଗଡ ଓ କନ୍ଧମାଳ, ଯାଜପୁର, ବରଗଡ , ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ନୂଆପଡା, ବରଗଡ , ବଲାଙ୍ଗୀର, ସୋନପୁର , ଝାରସୁଗୁଡା, ସୁନ୍ଦରଗଡ ଏବଂ ସମ୍ବଳପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ମଙ୍ଗଳବାର ଭୁବନେଶ୍ବର, କଟକ, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଭଦ୍ରକ, ବାଲେଶ୍ବର, ଯାଜପୁର ଆଦି ଜିଲାରେ ହାଲୁକାରୁ ମଧ୍ୟମ ଓ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଯାଜପୁରରେ ସର୍ବାଧିକ ୬ ସେ.ମି. ବର୍ଷା ହୋଇଛି। ହିନ୍ଦୋଳରେ ୫ ସେ.ମି., ଭୋଗରାଇ, ବରି, ହୀରାକୁଦ, ରାଜକନିକା, କୁଜଙ୍ଗ, ବୁର୍ଲା, ନାକଟିଦେଉଳ ଓ ଅତାବିରାରେ ୩ ସେ.ମି. ଲେଖାଏଁ ବର୍ଷା ହୋଇଛି। ଅନ୍ୟ ସ୍ଥାନଗୁଡ଼ିକରେ ୨ ସେ.ମି.ରୁ କମ୍ ବର୍ଷା ହୋଇଛି। ଅପରାହ୍ଣ ୫.୩୦ ସୁଦ୍ଧା ଭୁବନେଶ୍ବରରେ ୭.୧ ଏବଂ କଟକରେ ୬.୨ ମି.ମି. ବର୍ଷା ହୋଇଛି। ବିଭିନ୍ନ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇଥିବାବେଳେ ନୂଆପଡ଼ାରେ ଜଣଙ୍କର ବଜ୍ରପାତରେ ମୃତ୍ୟୁ ହୋଇଛି। କେତେକ ସ୍ଥାନରେ ପବନର ବେଗ ୫୦ ରୁ ୬୦ କିମି ଥିଲା। ନିମ୍ନଚାପରେଖା ଏବଂ ଓଡ଼ିଶା ଉପକୂଳ ବଙ୍ଗୋପସାଗରରୁ ଆସୁଥିବା ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ରାଜ୍ୟରେ ଆଜି ସକାଳୁ ଝଡ଼ବର୍ଷା ସଜାରି ରହିଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନାନୁଯାୟୀ, ୨୦ ରୁ ୨୧ ତାରିଖ ମଧ୍ୟରେ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତ ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହିତ ଏଠାରେ ୩୦ ରୁ ୪୦ କିମି ବେଗରେ ପବନ ବହିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଖୋର୍ଦ୍ଧା, ଜଗତସିଂହପୁର, କଟକ, ନୟାଗଡ଼ ଓ ପୁରୀ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା (୭ରୁ ୧୧ ସେମି) ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏହି ୧୧ଟି ଜିଲାକୁ ଅରେଞ୍ଜ ସତର୍କତା ଜାରି କରାଯାଇଛି।

Breaking News