Report Card Odisha

| Daily Odia News

ଏ.ସି.ଏଫ୍‌. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….

ରିପୋର୍ଟ କାର୍ଡ / ବାଲେଶ୍ୱର

ପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତତ୍କାଳୀନ ରେଷେୟା ମନ୍ମଥ କୁମ୍ଭଙ୍କୁ ପୋଲିସ ଗିରଫ କରିଛି । ମନ୍ମଥଙ୍କ ବିରୁଦ୍ଧରେ ପୂର୍ବରୁ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା । ସୌମ୍ୟରଂଜନଙ୍କ ମୃତ୍ୟୁ ପରେ ତାଙ୍କ ବାପା ଅଭିରାମ ମାହାପାତ୍ର ଦାଏର କରିଥିବା ମାମଲାରେ ତତ୍କାଳୀନ ରୋଷେୟା ମନ୍ମଥ କୁମ୍ଭ ଅନ୍ୟତମ ଅଭିଯୁକ୍ତ ଥିଲେ । ଏହି ଅଭିଯୋଗ ଫର୍ଦ୍ଦରେ ଥିବା ଅନ୍ୟ ଦୁଇଜଣ ହେଲେ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଓ ତତ୍କାଳୀନ ଡିଏଫଓ ସଂଗ୍ରାମ କେଶରୀ ବେହେରା । ଡିଏଫଓ ଶ୍ରୀ ବେହେରା ନିକଟରେ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ଆତ୍ମସମର୍ପଣ ପାଇଁ କିଛିଦିନର ମହଲତ ଦେଇଥିବାରୁ ତାଙ୍କ ତତ୍କାଳ ଗିରଫଦାରୀ କିଛିଦିନ ପାଇଁ ଟଳିଯାଇଛି ।ରୋଷେୟା ଗିରଫ ଖବରକୁ ନେଇ ସୌମ୍ୟରଂଜନଙ୍କ ପରିବାର ଲୋକଙ୍କ ମଧ୍ୟରେ କିଛିଟା ଆଶ୍ୱସ୍ତି ପ୍ରକାଶ ପାଇଛି । ପୂର୍ବରୁ ଡିଏଫଓ ଗିରଫ ହୋଇଛନ୍ତି, ଏବେ ରୋଷେୟା ଗିରଫ ହେଲେ, ବିଦ୍ୟାଭାରତୀ ଗିରଫ ହେବା ପରେ ଏକାବେଳେ ୩ ଜଣଙ୍କୁ ଜେରା କରାଗଲେ ଘଟଣାର ଅନେକ ତଥ୍ୟ ସାମ୍ନାକୁ ଆସିପାରିବ ବୋଲ ସୌମ୍ୟରଂଜନଙ୍କ ପରିବାର ଲୋକ କହିଛନ୍ତି।

Breaking News