ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାପ ବିଷ ମାମଲାରେ ଫେମସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ଗିରଫ ପରେ ନୋଏଡା ପୋଲିସ ଆଉ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିଫର ଦୁଇ ଅଭିଯୁକ୍ତ ହେଲେ ଈଶ୍ୱର ଓ ବିନୟ। ଦିଲ୍ଲୀ ଏନ୍ସିଆର୍, ହରିଆଣାର ଅନେକ ଫାର୍ମ ହାଉସରେ ରେଭ୍ ପାର୍ଟିର ଆୟୋଜନ କରୁଥିବା ଅଭିଯୋଗରେ ପୋଲିସ ଈଶ୍ୱର ଓ ବିନୟଙ୍କୁ ଉଠାଇ ନେଇଛି। ସାପ ବିଷ ମାମଲାରେ ଆଗକୁ ଆହୁରି ଅନେକ ଲୋକେ ଗିରଫ ହୋଇପାରନ୍ତି ବୋଲି ପୁଲିସ କହିଛି। ଏହି ମାମଲରେ ବଡ ବଡ ସେଲେବ୍ରିଟିଙ୍କୁ ମଧ୍ୟ ନୋଟିସ କରାଯାଇଛି। ପୋଲିସ ସେମାନଙ୍କୁ ପଚରାଉଚରା ପାଇଁ ଡକାଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୋଲିସ ୮ ଜଣଙ୍କୁ ଗିରଫ କରି ସାରିଲାଣି। ରେଭ୍ ପାର୍ଟିରେ ସାପ ଓ ତା’ର ବିଷ ଚାଲାଣ କରାଯାଇଥିବା ଅଭିଯୋଗରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କହିରଖୁ, ଫେମସ ୟୁଟ୍ୟୁବର ଏଲଭିଶ ଯାଦବଙ୍କୁ ନୋଏଡା ପୋଲିସ ରବିବାର ଗିରଫ କରିଥିଲା। ୟୁଟ୍ୟୁବର୍ ଓ ବିଗ୍ ବସ୍ ଓଟିଟି-୨ ବିଜେତା ଏଲଭିଶଙ୍କ ବିରୋଧରେ ବିଭିନ୍ନ ପାର୍ଟିରେ ସାପ ବିଷ ବ୍ୟବହାର କରୁଥିବା ନେଇ ଅଭିଯୋଗ ରହିଛି। ଗତବର୍ଷ ନଭେମ୍ବର ୮ ତାରିଖରେ ନୋଏଡା ପୁଲିସ ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାର କରାଯାଇଥିବା ମାମଲରେ ଏଫ୍ଆଇଆର୍ ରୁଜୁ କରିଥିଲା। ଏହି ମାମଲାରେ ଏଲଭିଶଙ୍କ ନାଁ ମୁଖ୍ୟ ଅଭିଯୁକ୍ତ ରୂପେ ସାମ୍ନାକୁ ଆସିଥିଲା। ଏହାପରେ ପୋଲିସ ରାହୁଲ, ଟିଟୁନାଥ, ଜୟକରଣ, ନାରାୟଣ ଓ ରବିନାଥଙ୍କୁ ରଫ କରିଥିଲା। ରାହୁଲ ନିକଟରୁ ପୋଲିସ ୨୦ଏମ୍ଏଲ୍ ସାପ ବିଷ ମଧ୍ୟ ଜବତ କରିଥିଲା।






More Stories
ନିର୍ବାଚନ ଲଢିବେ ଆରଜି କର ବଳାତ୍କାର ପୀଡିତାଙ୍କ ମାଆ……
ଏଲ୍ପିଜି ସଙ୍କଟରୁ ମିଳିବ ମୁକ୍ତି: ଆମେରିକାରୁ ପହଞ୍ଚିଲା ଜାହାଜ……
ଜଳ ଜୀବନର ଆଧାର……