Report Card Odisha

| Daily Odia News

ସରକାରୀ ଜମିରେ କରିପାରିବେ ଶୁଟିଂ…..

clapper board with hand

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ର ସରକାର ସିନେମା ଜଗତ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ସରକାରୀ ଜମିରେ କୌଣସି ଚଳଚ୍ଚିତ୍ର, ବିଜ୍ଞାପନ, ଡକ୍ୟୁମେଣ୍ଟାରୀ କିମ୍ବା ଧାରାବାହିକ ମାଗଣାରେ ଶୁଟିଂ କରାଯାଇପାରିବ। ତେବେ ଏଥିପାଇଁ ସୁରକ୍ଷା ରାଶି ଜମା କରିବା ଆବଶ୍ୟକ ହେବ। ସୂଚନା ଅନୁସାରେ, ବିଜ୍ଞାପନର ଶୁଟିଂ ପାଇଁ ୪୦ ହଜାର ଟଙ୍କା, ଧାରାବାହିକ ପାଇଁ ୧ ଲକ୍ଷ ଟଙ୍କା ଏବଂ ଚଳଚ୍ଚିତ୍ର ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ସୁରକ୍ଷା ରାଶି ଜମା କରିବାକୁ ପଡ଼ିବ। ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ସିଇଓ ନିତିନ ତେଜ ଆହୁଜା ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ‘‘ମହାରାଷ୍ଟ୍ର ସରକାରଙ୍କ ଏହି ନିଷ୍ପତ୍ତି ସ୍ୱାଗତଯୋଗ୍ୟ। ଆମେ ସରକାରଙ୍କ ପକ୍ଷରୁ ଏହିପରି ଆହୁରି ନିର୍ମାତା ଅନୁକୂଳ ପଦକ୍ଷେପ ଆଶା କରୁଛୁ।’’ ବିଜ୍ଞପ୍ତି ଅନୁଯାୟୀ, ସଂଗଠନଗୁଡିକୁ ଭଲ ସ୍ଥିତିରେ ଶୁଟିଂ ସ୍ଥାନ ପ୍ରଦାନ କରାଯିବ। ଏଥିପାଇଁ ସଂପୃକ୍ତ ବିଭାଗ କିମ୍ବା କର୍ତ୍ତୃପକ୍ଷ ଏକ ଦେୟ ଆଦାୟ କରିବେ। ଏହା ବ୍ୟତୀତ ସରକାରୀ ସମ୍ପତ୍ତି ନଷ୍ଟ ହେଲେ ସରକାରୀ ନିୟମ ଅନୁଯାୟୀ ସମ୍ପୃକ୍ତ ସଂସ୍ଥାଠାରୁ କ୍ଷତିପୂରଣ ଆଦାୟ କରାଯିବ। ଆଇଏମପିପିଏ ଅଧ୍ୟକ୍ଷ ଅଭୟ ସିହ୍ନା ଏହି ନିଷ୍ପତ୍ତି ଉପରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମେ ଏଥିପାଇଁ ନିରନ୍ତର ଚେଷ୍ଟା ଜାରି ରଖିଥିଲୁ। ଏହି ପଦକ୍ଷେପ ସେହି ନିର୍ମାତାମାନଙ୍କ ପାଇଁ ସହାୟକ ହେବ ଯେଉଁମାନେ ମହାରାଷ୍ଟ୍ରରେ ଶୁଟିଂ କରିବାକୁ ଚାହୁଁଥିବେ।

Breaking News