ରିପୋର୍ଟ କାର୍ଡ / ନୂଆଦିଲ୍ଳୀ
ଦିଲ୍ଲୀ ମଦ ନୀତି ମାମଲାରେ ଇଡି ଦ୍ବାରା ଗିରଫ ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ଙ୍କ ନାମରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଦିଲ୍ଳୀ ହାଇକୋର୍ଟରେ ମାମଲା ରୁଜୁ ହୋଇ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାରୁ ଆବେଦନ ହୋଇଛି। ହେଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ ବୋଲି ସ୍ପଷ୍ଟ କହି ଦେଇଛନ୍ତି କେଜ୍ରିୱାଲ୍। ଆବଶ୍ୟକ ପଡ଼ିଲେ ଜେଲ୍ରେ ରହି ସରକାର ଚଳାଇବେ ବୋଲି ସେ ମତ ପ୍ରକାଶ କରିଛନ୍ତି। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଆଇନଜୀବୀ ଶଶୀ ରଞ୍ଜନ କୁମାର ସିଂହଙ୍କ ଜରିଆରେ ସୁରଜିତ ସିଂହ ଯାଦବ ଦାଖଲ କରିଥିବା ଆବେଦନରେ ଦର୍ଶାଯାଇଛି ଯେ ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହେବା ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ପଦରେ ବଜାୟ ରଖିବା ସାଧାରଣ ଜନତାଙ୍କ ଦୃଷ୍ଟିରେ ଦିଲ୍ଲୀ ସରକାରଙ୍କ ବିଶ୍ୱସନୀୟତା ଏବଂ ଭାବମୂର୍ତ୍ତିକୁ ଖରାପ କରିଛି । କେଜ୍ରିୱାଲଙ୍କୁ ଦିଲ୍ଲୀ ସରକାରଙ୍କ ମୁଖ୍ୟମନ୍ତ୍ରୀ ଭାବେ ବଜାୟ ରଖିବା କେବଳ ଆଇନର ଉପଯୁକ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ନାହିଁ କିମ୍ବା ନ୍ୟାୟ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ନାହିଁ ବରଂ ରାଜ୍ୟର ସାମ୍ବିଧାନିକ ବ୍ୟବସ୍ଥାକୁ ମଧ୍ୟ ଭାଙ୍ଗିଦେବ । କେଜ୍ରିୱାଲଙ୍କୁ ଗିରଫ କରାଯିବା ପରେ ଦିଲ୍ଲୀ ମନ୍ତ୍ରୀ ଆତିଶୀ ବିଭିନ୍ନ ଚ୍ୟାନେଲକୁ ସାକ୍ଷାତକାର ଦେଇ କେଜ୍ରିୱାଲ ତାଙ୍କ ପଦରୁ ଇସ୍ତଫା ଦେବେ ନାହିଁ ବୋଲି କହିଥିବା ଆବେଦନରେ ଦର୍ଶାଯାଇଛି ।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..