Report Card Odisha

| Daily Odia News

ବିଷାକ୍ତ ମଦ ନେଲାଣି ୨୧ ଜୀବନ…..

ରିପୋର୍ଟ କାର୍ଡ / ପଞ୍ଜାବ

ବିଷାକ୍ତ ମଦ ପିଇ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଲାଣି। ଏଭଳି ଘଟଣା ପଞ୍ଜାବ ସାଙ୍ଗରୁର ଜିଲ୍ଲାରୁ ଆସିଛି। ସାଙ୍ଗରୁରର ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ ସୂଚନା ଅନୁଯାୟୀ, ଇଥାନଲ ମିଶ୍ରିତ ବିଷାକ୍ତ ମଦ ପିଇବା ପରେ ଅତି କମରେ ୪୦ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ମାର୍ଚ୍ଚ ୨୦, ବୁଧବାର ଚାରି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରଦିନ ପଟିଆଲାର ରଜିନ୍ଦ୍ର ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଉ ଚାରି ଜଣଙ୍କର ମୃତ୍ୟୁ ଘଟିଥିଲା। ଏଥିସହ ମାର୍ଚ୍ଚ ୨୨ ଶୁକ୍ରବାର ଆଠ ଜଣ ଏବଂ ପରଦିନ ପାଞ୍ଚ ଜଣଙ୍କର ଜୀବନ ଯିବା ପରେ ମୃତ୍ୟୁସଂଖ୍ୟା ୨୧ରେ ପହଞ୍ଚିଛି। ଏହି ମାମଲାରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଏଥିସହ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ-ପଚରାଉଚରା ସମୟରେ ବିଷାକ୍ତ ମଦ କାରବର ନେଇ ସୂଚନା ମିଳିଛ। ଏକ ଘରେ ବିଷାକ୍ତ ମଦ ପ୍ରସ୍ତୁତ ହେଉଥିବା ଅଭିଯୁକ୍ତମାନେ କହିଛନ୍ତି।

 

Breaking News