ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତାକାଲି ରଙ୍ଗର ପର୍ବ ହୋଲି । ରାଜଧାନୀ ଭୁବନେଶ୍ୱରରେ ସଜାଗ ରହିଛନ୍ତି ଅଗ୍ନିଶମ ବାହିନୀ । ପ୍ରତିବର୍ଷ ରଙ୍ଗ ଖେଳ ପରେ ନଦୀ କିମ୍ବା ପୋଖରୀରେ ଗାଧୋଇବା ବେଳେ ଅନେକ ଅଘଟଣ ଘଟିଥାଏ । ଏହି ଅଘଟଣକୁ ରୋକିବାକୁ ଭୁବନେଶ୍ୱର ୫ଟି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କୁଆଖାଇ, ଦୟା, ପୁରୀ କେନାଲ, ବାଲିପାଟଣା, ସାଇଫନ ଠାରେ ଅଗ୍ନିଶମ ବାହିନୀ ନିୟୋଜିତ ରହିବେ । ଲାଇଫ୍ ଜ୍ୟାକେଟ୍, ମେସିନ୍ ରବର ବୋଟ ସହ ପ୍ରତି ଟିମରେ ୬ଜଣ ଲେଖାଏ କର୍ମଚାରୀ ରହିବେ । ଏହାସହିତ ଲୋକଙ୍କୁ ମଦ୍ୟପାନ ଠାରୁ ଦୁରେଇ ରହିବାକୁ ପରାମର୍ଶ ଦିଆଯାଇଛି । ନଦୀ ପଠାରେ ଗାଧୋଇବାକୁ ଗଲେ ସତର୍କତା ଅବଲମ୍ବନ କରିବାକୁ ଅପିଲ କରାଯାଇଛି । କିଛି ଅଘଟଣ ଘଟିଲେ ୧୧୨ ନଂରେ କଲ କରିବାକୁ କହିଛନ୍ତି ଅଗ୍ନିଶମ ଅଧିକାରୀ ଅବନୀକାନ୍ତ ସ୍ୱାଇଁ ।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..