Report Card Odisha

| Daily Odia News

ପ୍ରାର୍ଥୀ ତାଲିକା ଘୋଷଣା କଲେ ଉଦ୍ଧବ ଠାକରେ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ଦଳ ଶିବସେନା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ତାଲିକା ଜାରିକରିଛି । ତାଲିକାରେ ୧୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ । କଂଗ୍ରେସର ଅସନ୍ତୋଷ ଭିତରେ ଇଣ୍ଡିଆ ମେଣ୍ଟରେ ଥିବା ଶିବସେନା ସଙ୍ଗାଲି ଲୋକସଭା ଆସନରୁ ମଧ୍ୟ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ଏଭଳି ପରିସ୍ଥିତିରେ ବିରୋଧୀ ଶିବିରରେ ଅସନ୍ତୋଷ ଥିବା ସ୍ପଷ୍ଟ ହୋଇଛି । ପ୍ରାର୍ଥୀଙ୍କ ତାଲିକା ଘୋଷଣା ନେଇ ଶିବସେନା ନେତା ସଞ୍ଜୟ ରାୱତ ଏକ୍ସରେ ପୋଷ୍ଟ କରିଛନ୍ତି ।

Breaking News