ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମଙ୍ଗଳବାର ରାତିରେ ରାମକୃଷ୍ଣ ମିଶନ ସଭାପତି ସ୍ୱାମୀ ସ୍ମରଣାନନ୍ଦଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କ ସମେତ ଅନେକ ବ୍ୟକ୍ତିତ୍ୱ ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ସେ ୨୦୧୭ରେ ରାମକୃଷ୍ଣ ମିଶନର ୧୬ତମ ସଭାପତି ହୋଇଥିଲେ | ରାମକୃଷ୍ଣ ମିଶନ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ‘ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ଅଧ୍ୟକ୍ଷ ସ୍ୱାମୀ ସ୍ମରଣାନନ୍ଦଜୀ ମହାରାଜଙ୍କର ମଙ୍ଗଳବାର ରାତି ୮.୧୪ରେ ଦେହାନ୍ତ ହୋଇଯାଇଛି | ସଂକ୍ରମଣ ହେତୁ ତାଙ୍କୁ ଜାନୁଆରୀ ୨୯ ରେ ରାମକୃଷ୍ଣ ମିଶନ ସେବା ପ୍ରତିଷ୍ଠାନରେ ଭର୍ତ୍ତି କରାଯାଇଥିଲା। ପରେ ସେ ଶ୍ୱାସ ନେବାରେ ଅସୁବିଧା ଆରମ୍ଭ କଲେ |






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..