ରିପୋର୍ଟ କାର୍ଡ / ବଲାଙ୍ଗୀର
ହୋଲିରେ କେମିକାଲ ମିଶ୍ରିତ ରଙ୍ଗ ଖେଳି ୨୦ ଜଣ ଗୁରୁତର ହୋଇଛନ୍ତି । ଏଭଳି ଘଟଣା ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିରୁ ଆସିଛି | ସମସ୍ତ ଅସୁସ୍ଥଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୨୬ ତାରିଖରେ କଣ୍ଟାବାଞ୍ଝି ସହରର ଅଶୋକ ନଗର ଓ ଆନନ୍ଦ ନଗରର ୨୦ ଜଣ ଯୁବକଙ୍କୁ କିଛି ଲୋକ କେମିକାଲ ମିଶ୍ରିତ ରଙ୍ଗ ଲଗାଇଥିଲେ। ଏହାର ପ୍ରଭାବ ବୁଧବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା। ଶରୀରରେ କ୍ଷତ ଦାଗ ସୃଷ୍ଟି ହେବା ପରେ ରାତିରେ ସମସ୍ତଙ୍କୁ କଣ୍ଟାବାଞ୍ଝି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୀମ ଭୋଈ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ନେଇ କଣ୍ଟାବାଞ୍ଝି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ରଙ୍ଗରେ ବିଦପୂର୍ଣ୍ଣ କେମିକାଲ ମିଶିଥିବାରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି।






More Stories
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..
ଡିଏଭି ରେ ଗୋପାଳ ପଟ୍ଟନାୟକ ସ୍ମାରକୀ ଏବଂ ଇଂରାଜୀ ତର୍କ ପ୍ରତିଯୋଗିତା ଅନୁଷ୍ଠିତ……