ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନାଗାଲ୍ୟାଣ୍ଡରେ ବିଭିନ୍ନ ଜିଲ୍ଲାରେ ବଢିଲା AFSPA ବା ସଶସ୍ତ୍ର ବାହିନୀକୁ ଦିଆଯାଇଥିବା ସ୍ୱତନ୍ତ୍ର କ୍ଷମତା। ଆଉ ୬ ମାସ ପର୍ଯ୍ୟନ୍ତ ଏହି ସ୍ୱତନ୍ତ୍ର କ୍ଷମତାକୁ ବୃଦ୍ଧି କରିଛନ୍ତି ସରକାର। ସୂଚନା ଅନୁସାରେ, କେନ୍ଦ୍ର ସରକାର ନାଗାଲ୍ୟାଣ୍ଡର ବିଭିନ୍ନ ଜିଲ୍ଲା ପାଇଁ ଏହି ନିୟମକୁ ବୃଦ୍ଧି କରିଛନ୍ତି। ରାଜ୍ୟର ୮ ଜିଲ୍ଲା ଓ ଆଉ ୫ ଜିଲ୍ଲାର ୨୦ଟି ପୁଲିସ ଷ୍ଟେସନ ଅଞ୍ଚଳରେ AFSPA ବୃଦ୍ଧି କରାଯାଇଛି। ଏହିସବୁ ସ୍ଥାନକୁ ଅଶାନ୍ତ ଅଞ୍ଚଳ ଭାବେ ଘୋଷଣା କରି AFSPA ବଢାଇଛନ୍ତି ସରକାର। ଆସନ୍ତା ଏପ୍ରିଲ ୧ ତାରିଖରୁ ସେପ୍ଟେମ୍ବର ୩୦, ୨୦୨୪ ପର୍ଯ୍ୟନ୍ତ ଏହି ନିୟମ ଜାରି ରହିବ। ଗତ ବର୍ଷ ଗୃହ ମନ୍ତ୍ରଣାଳୟ ଅରୁଣାଚଳ ପ୍ରଦେଶ ଏବଂ ନାଗାଲ୍ୟାଣ୍ଡର ନିର୍ଦ୍ଦିଷ୍ଟ ଅଞ୍ଚଳରେ AFSPAକୁ ଅତିରିକ୍ତ ୬ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା। ଏହାପରେ ପୁନର୍ବାର ନାଗାଲ୍ୟାଣ୍ଡର କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ AFSPA ବୃଦ୍ଧି କରାଯାଇଛି।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ଇଣ୍ଡିଆ ବ୍ଲକ ନେତାଙ୍କୁ ସାକ୍ଷାତ କରିବେନି CJI….
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….