Report Card Odisha

| Daily Odia News

ବଢ଼ିଲା ଶ୍ରମିକଙ୍କ ମଜୁରୀ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ନିର୍ବାଚନ ପୂର୍ବରୁ ମହାତ୍ମା ଗାନ୍ଧି କର୍ମ ନିଯୁକ୍ତି ଯୋଜନା (MGNREGA) ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାରିଶ୍ରମିକ ବୃଦ୍ଧି ପାଇଛି। ଦେଶରେ MGNREGA ଯୋଜନାରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ମଜୁରୀ ବଢାଇଛନ୍ତି କେନ୍ଦ୍ର ସରକାର। ଆଜି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଏନେଇ ସୂଚନା ଦେଇଛି। ବର୍ଦ୍ଧିତ ମଜୁରୀ ଅନୁସାରେ, ଶ୍ରମିକଙ୍କ ହାରାହାରି ଦୈନିକ ପାରିଶ୍ରମିକ ୨୮ ଟଙ୍କା ବୃଦ୍ଧି ହୋଇଛି। ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ସର୍ବନିମ୍ନ ଦୈନିକ ମଜୁରୀ ୭ ଟଙ୍କା ବଢ଼ିଥିବା ବେଳେ ଗୋଆରେ ସର୍ବାଧିକ ୩୪ ଟଙ୍କା ବଢ଼ିଛି। ପାରିଶ୍ରମିକ ବୃଦ୍ଧି ପରେ ହରିଆଣାରେ MGNREGA ଯୋଜନାରେ କାମ କରୁଥିବା ଶ୍ରମିକଙ୍କ ଦୈନିକ ମଜୁରୀ ସର୍ବାଧିକ ୩୭୪ ଟଙ୍କା ହୋଇଥିବା ବେଳେ ଗୋଆରେ ୩୫୬, କେରଳରେ ୩୪୬ ଟଙ୍କା ହୋଇଛି। ତେବେ ଓଡ଼ିଶାରେ ୧୭ ଟଙ୍କା ମଜୁରୀ ବଢ଼ିଛି। ଏବେ ଓଡିଶାରେ ମନରେଗା ଅଧୀନରେ କାର୍ଯ୍ୟ କରୁଥିବା ଶ୍ରମିକ ଦୈନିକ ପାରିଶ୍ରମିକ ୨୫୪ ଟଙ୍କା ପାଇବେ। ପ୍ରକାଶ ଥାଉକି, ବଜେଟରେ କେନ୍ଦ୍ର ସରକାର MGNREGA ପାଇଁ ୮୬ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଥିଲେ।

Breaking News