ରିପୋର୍ଟ କାର୍ଡ / କଟକ
ବିଜେପି ଛାଡିଛନ୍ତି ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ୨୦୧୪ରେ କଂଗ୍ରେସରୁ ଜିତି ସାଲେପୁରର ବିଧାୟକ ହୋଇଥିଲେ ପ୍ରକାଶ । ପରେ ୨୦୧୯ରେ ସେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଦଳରୁ ଟିକେଟ ପାଇଁ ସାଲେପୁରର ଆସନରୁ ଲଢିବା ସହ ପରାଜିତ ହୋଇଥିଲେ । ଏହାପରେ ବିଜେପି ପ୍ରକାଶଙ୍କୁ କଟକ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରିଥିଲା । ହେଲେ ଏବେ ସେ ଦଳରୁ ଇସ୍ତଫା ଦେଇଛନ୍ତି । ପ୍ରକାଶ ବେହେରା ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..