Report Card Odisha

| Daily Odia News

ଆଉ ଜଣେ ଆପ୍ ମନ୍ତ୍ରୀଙ୍କୁ ଇଡିର ସମନ….

Delhi Transport Minister Kailash Gahlot.(photo:Twitter)

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେଆଉ ଜଣେ ମନ୍ତ୍ରୀଙ୍କୁ ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ | ଆଜି ଇଡି ଦିଲ୍ଲୀର ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କୁ କାର୍ଯ୍ୟାଳୟରେ ହାଜର ହବାକୁ ନୋଟିସ୍ କରିଛି। ବିଧାୟକ ସହ ଦିଲ୍ଲୀ ପରିବହନ ମନ୍ତ୍ରୀ ଗେହଲଟ ନାଜଫଗଡ଼ । ସେ ଦିଲ୍ଲୀ ମଦ ନୀତିର ଡ୍ପାଫ୍ଟ(ଚିଠା) ପ୍ରସ୍ତୁତକାରୀ ବୋଲି ଇଡି ଅଭିଯୋଗ ଆଣିଛି। ଇଡି କହିଛି ଯେ, ‘ସାଉଥ୍ ଗ୍ରୁପ୍’କୁ ଲିକର ପଲିସି ଡ୍ରାଫ୍ଟ ଲିକ୍ କରାଯାଇଥିଲା। ଲିକର୍ ପଲିସି ଚିଠା ପ୍ରସ୍ତୁତି ସମୟରେ ଗେହଲଟ ଆପ୍ ଯୋଗାଯୋଗ ଦାୟିତ୍ୱରେ ଥିବା ବିଜୟ ନାୟାରଙ୍କୁ ତାଙ୍କ ସରକାରୀ ବାସଭବନ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଗେହଲଟ ବାରମ୍ବାର ମୋବାଇଲ୍ ନଂ ବଦଳାଇଥିବା ଅଭିଯୋଗ କରିଛି ଇଡି। ପ୍ରକାଶ ଥାଉକି, ଏହି ମାମଲାରେ ଆପ୍ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗିରଫ ହୋଇଛନ୍ତି। ତାଙ୍କୁ ମାର୍ଚ୍ଚ ୨୧ରେ ଗିରଫ କରିଛି ଇଡି। ଏହା ପୂର୍ବରୁ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ସାଂସଦ ସଞ୍ଜୟ ରାଉତ ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି।

Breaking News