ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ଓ ବିଭିନ୍ନ ରାଜ୍ୟ ବିଧାନସଭା ନିର୍ବାଚନ ଲାଗି ନିର୍ବାଚନ ଆୟୋଗ (ଇସି) ବୁଥ ବାହୁଡା ମତ (ଏକଜିଟ୍ ପୋଲ୍) ପ୍ରକାଶନ ଉପରେ କଟକଣା ଜାରି କରିଛନ୍ତି। ଜନ ପ୍ରତିନିଧି ଆଇନ ଅନୁଯାୟୀ ଇସି ଜାରି କରିଥିବା ନିର୍ଦେଶନାମା ଅନୁଯାୟୀ ଏପ୍ରିଲ ୧୯ ତାରିଖ ସକାଳ ୭ଟାରୁ ଜୁନ୍ ୧ ତାରିଖ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ କୌଣସି ପ୍ରକାର ଏକଜିଟ୍ ପୋଲ୍ ପ୍ରକାଶ କରାଯାଇପାରିବ ନାହିଁ। ସେହିପରି ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ଇଲେକଟ୍ରୋନିକ ଗଣମାଧ୍ୟମରେ ଜନମତ ସର୍ଭେ ପ୍ରକାଶ କରାଯାଇପାରିବ ନାହିଁ। ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ, ଓଡିଶା, ସିକିମ୍ ଓ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି ସମୟ ମଧ୍ୟରେ ୧୨ଟି ରାଜ୍ୟର ୨୫ଟି ବିଧାନସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ।






More Stories
ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ…..
ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ଗିରଫ…..
କୌଣସି ଲକ୍ଡାଉନ୍ ହେବନି…..