ରିପୋର୍ଟ କାର୍ଡ / ବୌଦ୍ଧ
କୁଲାରୀକୁଦା ମହାନଦୀ ଘାଟରେ ଅଭାବନୀୟ ଘଟଣା ଘଟିଛି। ରତ୍ନ ପଥର ଖନନ ବେଳେ ପଥର ସନ୍ଧିରେ ଫସିରହିଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଶୁକ୍ରବାର ରତ୍ନପଥର ଖନନ ପ୍ରକ୍ରିୟା ଚାଲିଥିବାବେଳେ ଜଣେ ଶ୍ରମିକ ଏକ ବିରାଟ ପଥରରେ ଫସିଯାଇଥିଲେ । ତେବେ ସେହି ସମୟରେ ୧୦ରୁ ୧୨ଜଣ ଶ୍ରମିକ କାମ ବନ୍ଦ କରି ଖାଇବାକୁ ଯାଇଥିଲେ । ଏବଂ ଜଣେ ମାତ୍ର ଶ୍ରମିକ କାମରେ ଲାଗିଥିବା ବେଳେ ପଥର ସନ୍ଧିରେ ଚାପି ହୋଇଯାଇଥିଲେ । ପରେ ଏ ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଘଟଣାର ୬ଘଣ୍ଟା ପରେ ବି ଅଗ୍ନିଶମ ବାହୀନି ଉଦ୍ଧାର କାର୍ଯ୍ୟ ରେ ସଫଳ ହୋଇନଥିଲେ। ଆଜି ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..