Report Card Odisha

| Daily Odia News

ଶ୍ରୀମନ୍ଦିରରେ ୪ଘଣ୍ଟା ଦର୍ଶନ ବନ୍ଦ….

ରିପୋର୍ଟ କାର୍ଡ / ପୁରୀ

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ଖସାପଡା ନୀତି।  ପବିତ୍ର ଚୈତ୍ରମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ  ଏହି ନୀତି ଅନୁଷ୍ଠିତ ହୁଏ | ଦ୍ୱିତୀୟ ଭୋଗ ମଣ୍ଡପରେ ଭୋଗ ଲାଗି ପରେ ଏହି ନୀତି ସଂପନ୍ନ କରାଯିବ। ୪ ଘଣ୍ଟା ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବା ନେଇ ସୂଚନା ମିଳିଛି। ଖସାପଡା ନୀତି ଶ୍ରୀଜିଉଙ୍କର ଶ୍ରୀପୟର ସୁରକ୍ଷା ଲାଗି କରାଯାଇଥାଏ। ଏହି ନୀତିରେ ମହାପ୍ରଭୁଙ୍କ ଶ୍ରୀପୟରକୁ ଧଳା କପଡାରେ ଘୋଡାଇ ଦିଆଯାଏ। ବର୍ଷରେ ଦୁଇରୁ ତିନିଥର ଏହି ନିତି ସମ୍ପାଦନ କରାଯାଏ। ଯେହେତୁ ଦେବସ୍ନାନ ପୁର୍ଣ୍ଣମୀ ଓ ଶ୍ରୀଗୁଣ୍ଡିଚା ଯାତ୍ରା ଆଦିରେ ମହାପ୍ରଭୁଙ୍କ ପହଣ୍ଡି କରାଯାଇଥାଏ। ତେଣୁ ଏହା ପୁର୍ବରୁ ଖସାପଡ଼ା ନୀତି କରାଯାଇଥାଏ। ଆଗକୁ ଦେବସ୍ନାନ ପୂର୍ଣ୍ଣିମା ଓ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ରହିଥିବାରୁ ଶ୍ରୀଜିଉଙ୍କ ପହଣ୍ଡି ହେବ। ଏଣୁ ଏହାପୂର୍ବରୁ ଅର୍ଥାତ ଆଜି ପୁନର୍ବାର ଖସାପଡ଼ା ନୀତି ଅନୁଷ୍ଠିତ ହେବ ବୋଲି ଦଇତାପତି ସେବାୟତ ସୂଚନା ଦେଇଛନ୍ତି।

 

 

Breaking News