Report Card Odisha

| Daily Odia News

ବିଜେପିକୁ ଚ୍ୟାଲେଞ୍ଜ ଦେଲେ ମମତା, ୨୦୦ଆସନରେ ବିଜୟୀ ହୋଇ ଦେଖାଅ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖୋଲା ଚ୍ୟାଲେଞ୍ଜ ବିଜେପିକୁ ଦେଇଛନ୍ତି | ବିଜେପିର ୪୦୦ ପାର୍‌ ନାରାକୁ ନେଇ ସେ କରିଛନ୍ତି ଉପହାସ। ଏକ ରାଲିକୁ ସମ୍ବୋଧିତ କରି ମମତା କହିଛନ୍ତି, ‘ବିଜେପି ୪୦୦ରୁ ଅଧିକ ଆସନରେ ଜିତିବ ବୋଲି ଦାବି କରୁଛି। ମୁଁ ସେମାନଙ୍କୁ ପ୍ରଥମେ ୨୦୦ଆସନରେ ବିଜୟୀ ହୋଇ ଦେଖାଇବାକୁ ଚ୍ୟାଲେଞ୍ଜ କରୁଛି। ୨୦୨୧ ବିଧାନସଭା ନିର୍ବାଚନରେ ସେମାନେ ୨୦୦ରୁ ଅଧିକ ଆସନରେ ଜିତିବା ନେଇ ଆହ୍ୱାନ ଦେଇଥିଲା କିନ୍ତୁ ତାଙ୍କୁ ୭୭ରେ ସନ୍ତୁଷ୍ଟ ହେବାକୁ ପଡିଥିଲା।’ ଏଥିସହ ମମତା ନାଗରିକ ସଂଶୋଧନ ଆଇନ୍‌ ତଥା ସିଏଏକୁ ନେଇ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି। ରାଜ୍ୟରେ ସିଏଏକୁ କାର୍ଯ୍ୟକାରୀ କରିବାକୁ ଦେବୁ ନାହିଁ ବୋଲି ସେ କହିଛନ୍ତି। ସିଏଏ ପାଇଁ ଆବେଦନ ନକରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି। ସିଏଏ ପାଇଁ ଆବେଦନ କରୁଥିବା ବ୍ୟକ୍ତି ବିଦେଶୀ ବନି ଯାନ୍ତି ବୋଲି ସେ ଲୋକଙ୍କୁ ଚେତାଇଛନ୍ତି। ଏଥିପାଇଁ ଆବେଦନ ନକରିବାକୁ ସେ ଅନୁରୋଧ କରିଛନ୍ତି। ଆଇନଗତ ନାଗରିକମାନଙ୍କୁ ବିଦେଶୀରେ ପରିଣତ କରିବା ପାଇଁ ସିଏଏ ହେଉଛି ଏକ ଜାଲ। ଆମେ ପଶ୍ଚିମବଙ୍ଗରେ ସିଏଏ କିମ୍ବା ଏନଆରସିକୁ ଅନୁମତି ଦେବୁ ନାହିଁ ବୋଲି ତୃଣମୂଳ କଂଗ୍ରେସ ସୁପ୍ରିମୋ କହିଛନ୍ତି।

 

Breaking News