Report Card Odisha

| Daily Odia News

ପପୁ ଯାଦବଙ୍କ ଅଫିସରେ ଚଢ଼ାଉ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରୋଚକ ହେଉଛି ବିହାର ରାଜନୀତି | ପୂର୍ଣ୍ଣିୟା ଲୋକସଭା ସିଟ୍‌ରୁ ନିର୍ବାଚନ ଲଢ଼ିବାକୁ ଜିଦ୍‌ ଧରି ସ୍ୱାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପପୁ ଯାଦବ ଏବେ ନିଜ ପ୍ରଚାରରେ ବ୍ୟସ୍ତ ଥିବା ବେଳେ ତାଙ୍କ କାର୍ଯ୍ୟାଳୟ ତଥା ରାଲି ଉପରେ ଚଢ଼ାଉ ହେଉଥିବା ନେଇ ନୀତୀଶ କୁମାରଙ୍କ ସରକାର ଉପରେ ଅଭିଯୋଗ କରିଛନ୍ତି। ଏପରିକି ପୁଲିସ୍‌ ତାଙ୍କୁ ସୁରକ୍ଷା ଯୋଗାଉ ନ ଥିବା ବେଳେ ତାଙ୍କ ପ୍ରଚାର ଗାଡ଼ିକୁ ଥାନାକୁ ଟେକି ନେଇ ଯାଇଥିବା ଅଭିଯୋଗ କରିଛନ୍ତି ପପୁ ଯାଦବ । ଏନେଇ ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ କରି ପପୁ ଯାଦବ ଅଭିଯୋଗ କରିଛନ୍ତି ଯେ, ତାଙ୍କ ରାଲି ବେଳେ ପୋଲିସ ଚଢ଼ାଉ କରିଛି। ମାତ୍ର ବିହାର ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି। ଏନେଇ ସେ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି, ବିହାର ସରକାର ଆଉ କେତେ ତଳକୁ ଯାଇ ପାରିବ । ପୂର୍ଣ୍ଣିୟାର ପୁଅକୁ ସରକାର ଆଉ କେତେ ହଇରାଣ କରିବ । ଏହାର ଜବାବ ଜନତା ଦେବ । ମୋତେ Y ଶ୍ରେଣୀର ସୁରକ୍ଷା ଦେବାକୁ ଏମାନଙ୍କ ପାଖରେ ପୋଲିସ ନାହିଁ। ମାତ୍ର ଚଢ଼ାଉ ନିମନ୍ତେ ଫୋର୍ସ ପଠାଇ ଦେଉଛନ୍ତି। ପପୁ ଯାଦବ ଯେଉଁ ଭିଡିଓ ଶେଆର କରିଛନ୍ତି ସେଥିରେ ବହୁ ସଂଖ୍ୟାର ପୋଲିସ ଫୋର୍ସ ଓ ସୁରକ୍ଷା ବଳ ନଜର ଆସିଛନ୍ତି। ସେମାନେ ଏକ ଡିଜେ ଲାଗିଥିବା ଗାଡ଼ିକୁ ଜବତ କରି ନେଇ ଯାଉଥିବା ବେଳେ ପପୁ ଯାଦବଙ୍କ ସମର୍ଥକ ପୋଲିସ ବିରୋଧରେ ନାରାବାଜି କରୁଥିବା ଦେଖାଯାଉଛି। ଖବର ପାଇ ପପୁ ଯାଦବ ନିଜ କାର୍ଯ୍ୟାଳୟରେ ପହଞ୍ଚି ଚଢ଼ାଉର କାରଣ କ’ଣ ବୋଲି ପଚାରିଥିଲେ। ପ୍ରଚାର ପାଇଁ ଉଦ୍ଦିଷ୍ଟ ଗାଡ଼ି ପାଇଁ ପରମିଶନ ନ ଥିବା ପୋଲିସ ଅଧିକାରୀ କହିଛନ୍ତି। ତେଣୁ ଏହାର ଯାଞ୍ଚ କରାଯାଉଥିବା ପୋଲିସ ଅଧିକାରୀ କହିଥିଲେ। ପପୁ ଯାଦବ କହିଛନ୍ତି, ମୁଁ ଯେତେବେଳେ କଂଗ୍ରେସରେ ସାମିଲ ହେଲି ମୋ’ ସୁରକ୍ଷା ହଟାଇଦେଲେ। ମାତ୍ର ଏହାପରେ ମୁଁ ସ୍ୱାଧୀନ ଭାବେ ମଇଦାନକୁ ଓହ୍ଲାଇଥିବା ବେଳେ ପୋଲିସ ଆସି ମୋ’ ଗାଡ଼ି ଉଠାଇ ନେଲା। ବିହାର ସରକାର ଜାଣିଶୁଣି ମୋତେ ମାନସିକ ନିର୍ଯାତନା ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି ।

Breaking News