ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ନିର୍ବାଚନ ପାଖେଇ ଆସୁଥିବା ବେଳେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋରଦାର କରାଯାଉଛି। ଏହା ମଧ୍ୟରେ ଉତ୍ତରପ୍ରଦେଶର କାନପୁରରେ ଜଣେ ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ ବେଳେ ପୋଲିସ ଆଖି ଖୋସି ହୋଇଗଲା। କାରଣ ସମ୍ପୃକ୍ତ ଆକାଉଣ୍ଟାଣ୍ଟଙ୍କ ଘରୁ ଗୋଟିଏ କି ଦୁଇଟି ନୁହେଁ ବାହାରିଲା ୩ଶହ ବୋତଲ ମଦ । ଏହି ଘଟଣାରେ ସମ୍ପୃକ୍ତ ଆକାଉଣ୍ଟାଣ୍ଟଙ୍କୁ ବାନ୍ଧିଛି ପୋଲିସ। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଗତ ରାତିରେ କାନପୁରରେ ରହୁଥିବା ଅଖିଳେଶ୍ୱର ନାମକ ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ୩ଶହ ପେଟି ମଦ ଜବତ ହୋଇଛି। ତେବେ ଏହି ମଦ କ’ଣ ପାଇଁ ରଖା ଯାଇଥିଲା ଏଥିପାଇଁ କିଏ ଟଙ୍କା ଦେଇଥିଲା ତାହାର ଖୋଳତାଡ଼ ଚାଲିଛି।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..