ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଯୁବତୀ ତଥା ମହିଳାଙ୍କୁ କର୍ମକ୍ଷେତ୍ରରେ ଋତୁସ୍ରାବଜନିତ ଛୁଟି ମିଳିବା ଉଚିତ କି ନୁହେଁ ଏହାକୁ ନେଇ ଲାଗି ରହିଛି ତର୍କ । ଏହା ମଧ୍ୟରେ ଏକ ବଡ଼ ଘୋଷଣା କରିଛନ୍ତି ଚଣ୍ଡିଗଡ଼ସ୍ଥିତ ପଞ୍ଜାବ ୟୁନିଭରସିଟି । ୟୁନିଭରସିଟି ପକ୍ଷରୁ ହୋଇଥିବା ଘୋଷଣାନାମା ଅନୁଯାୟୀ, ଛାତ୍ରୀମାନଙ୍କୁ ଋତୁସ୍ରାବଜନିତ ଛୁଟି ମିଳିବ । ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ । ପଞ୍ଜାବ ୟୁନିଭରସିଟିର ଭାଇସ ଚାନସେଲର ଏହାକୁ ଅନୁମତି ପ୍ରଦାନ କରିଛନ୍ତି। ମାତ୍ର ଏଥିପାଇଁ କିଛି ସର୍ତ୍ତ ଲାଗୁ କରାଯାଇଛି। ସର୍ତ୍ତ ଅନୁଯାୟୀ, ପ୍ରତି ମାସରେ ଛାତ୍ରୀମାନଙ୍କୁ ଋତୁସ୍ରାବଜନିତ ଛୁଟି କେବଳ ଗୋଟିଏ ଦିନ ମିଳିବ । ଏହି ଛୁଟି ପ୍ରତି ସେମିଷ୍ଟାର ପାଇଁ ୪ ଦିନ ଓ ବର୍ଷକ ପାଇଁ ୮ ଦିନ ଅନୁମୋଦିତ ହୋଇଛି । କିନ୍ତୁ ଏହାକୁ ନେବା ପାଇଁ ବି ଛାତ୍ରୀମାନଙ୍କୁ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ । ଯେପରିକି ଏହି ଛଟି ପାଇବାକୁ ବର୍ଷକରେ ସେମାନଙ୍କ ଉପସ୍ଥାନ ୭୫% ହେବା ଆବଶ୍ୟକ । ଏଥିପାଇଁ କେଉଁ ଛାତ୍ରୀଙ୍କୁ ଋତୁସ୍ରାବଜନିତ ଛୁଟି ମିଳିକ କି ନାହିଁ ତାହା ସେମାନଙ୍କ ଉପସ୍ଥାନ ଉପରେ ନିର୍ଭର କରେ। ଏହାବାଦ ପରୀକ୍ଷା ସମୟରେ କିମ୍ବା ପ୍ରାକ୍ଟିକାଲ ପରୀକ୍ଷା ବେଳେ ଏହି ଛୁଟି ମିଳି ପାରିବ ନାହିଁ। କଲେଜର ଡାଇରେକ୍ଟର ବା ଚେୟାରମ୍ୟାନ ଏହି ଛୁଟି ଅନୁମୋଦନ କରିବେ। ଏହି ଛୁଟି ପାଇବାକୁ ହେଲେ ଛାତ୍ରୀମାନଙ୍କୁ ଏକ ସେଲ୍ଫ ସାଟିଫିକେର୍ଟ ଦେବାକୁ ପଡ଼ିବ । ଏହାର ଆଗାମୀ ୫ ୱାର୍କିଂ ଦିନ ମଧ୍ୟରେ ଏଥିପାଇଁ ଫର୍ମ ପୂରଣ କରିବାକୁ ପଡ଼ିବ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..