Report Card Odisha

| Daily Odia News

ବିଜେପି ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ଚାହୁଁଛି….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଜାରି କରିବାକୁ ବିଜେପି ପ୍ରୟାସ କରୁଛି ବୋଲି ଅଭିଯୋଗ କରିଛି ଆମ୍‌ ଆଦ୍‌ମୀ ପାର୍ଟି। ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶୀ ଆଜି ଏହି ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ ଆମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅରବିନ୍ଦ କେଜ୍ରିୱାଲଙ୍କ ସରକାରକୁ ଭାଙ୍ଗି ଦେବାକୁ ଏକ ରାଜନୀତିକ ଷଡ଼ଯନ୍ତ୍ର ଚାଲିଛି। ଏକ ମିଛ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। ବିନା କୌଣସି ପ୍ରମାଣରେ ତାଙ୍କୁ ଗିରଫ କରାଯାଇଛି। କାରଣ ଏହା ପଛରେ ରହିଛି ଏକ ଷଡ଼ଯନ୍ତ୍ର। ଦିଲ୍ଲୀର ନିର୍ବାଚିତ ସରକାରକୁ ଭାଙ୍ଗି ଦେବାକୁ ହୋଇଛି ଷଡ଼ଯନ୍ତ୍ର। ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ବେଆଇନ ହେବ। ଏହା ଲୋକ ମତ ବିରୋଧରେ ଯିବ। ଲୋକେ ଆପ୍ ଉପରେ ଭରସା କରିଛନ୍ତି। ଆଉ ଦିଲ୍ଲୀ ବିଧାନସଭାରେ ଆପ୍ ନିଜର ବହୁମତ ସାବ୍ୟସ୍ତ କରିଛି। ଯଦି ଅତୀତର କିଛି ଘଟଣାକୁ ଆମେ ଦେଖିବା, ତା’ହେଲେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଚାଲିଛି। ଆତିଶୀ କହିଛନ୍ତି, ଦିଲ୍ଲୀରେ କୌଣସି ଅଫିସରଙ୍କୁ ନିଯୁକ୍ତି ଦିଆଯାଉନି। ଦିଲ୍ଲୀରେ କୌଣସି ଅଫିସରଙ୍କୁ ବଦଳି କରାଯାଉନାହିଁ। ନିର୍ବାଚନ ତାରିଖ ଘୋଷଣା ହେବା ପରଠୁ ଅଫିସରମାନେ ବୈଠକକୁ ଆସୁ ନାହାନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କୁ ବାହାର କରି ଦେବା ମଧ୍ୟ ଷଡ଼ଯନ୍ତ୍ରର ଏକ ଅଂଶ।

Breaking News