Report Card Odisha

| Daily Odia News

ଡଲଫିନ୍ ବସ୍‌ ଦୁର୍ଘଟଣାଗ୍ରସ୍ତ ,ଡ୍ରାଇଭର ମୃତ,୨୦ ଆହତ…..

ରିପୋର୍ଟ କାର୍ଡ / ଅନୁଗୁଳ

ଦୁର୍ଘଟଣାଗ୍ରସ୍ତ ବାଲି ବୋଝେଇ ହାଇୱାକୁ ଧକ୍କା ଦେଇଛି ଯାତ୍ରୀବାହୀ ଡଲଫିନ୍ ବସ୍‌ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଅନୁଗୁଳ ଜିଲ୍ଲା ଏନ୍ଏଚ୍ ୫୫ ଜରପଡ଼ା ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ବସ୍ ଡ୍ରାଇଭର ବୋଲି ଜଣାଯାଇଛି। ଡଲଫିନ୍ ନାମକ ଏକ ଘରୋଇ ନାଇଟ କୋଚ୍ ବସ୍ ପ୍ରାୟ ୩୦ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ଯାଉଥିଲା। ଆଜି ଭୋର ୪ଟା ସମୟରେ ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହାଇୱାକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସ୍ ଡ୍ରାଇଭରର ମୃତ୍ୟୁ ଘଟିଛି।  ପୋଲିସ  ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

Breaking News