ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ମଦ ନୀତି ମାମଲାରେ ଗିରଫ ହୋଇ ଜେଲ୍ରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ମଙ୍ଗଳବାର ଆମ୍ ଆଦମୀ ପାର୍ଟି (ଆପ୍)ର ସାଂସଦ ସଞ୍ଜୟ ସିଂ କହିଛନ୍ତି ଯେ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ଏକ ବାର୍ତ୍ତା ପଠାଇଛନ୍ତି। ସେ ବାର୍ତ୍ତାରେ କେଜ୍ରିୱାଲ୍ ଲେଖିଛନ୍ତି, ‘‘ମୋର ନାମ ଅରବିନ୍ଦ କେଜ୍ରିୱାଲ ଏବଂ ମୁଁ ଆତଙ୍କବାଦୀ ନୁହେଁ’’। ତାଙ୍କୁ ଆତଙ୍କବାଦୀ ପରି ବ୍ୟବହାର କରାଯାଉଛି। ତାଙ୍କ ନିକଟସ୍ଥ ଲୋକଙ୍କୁ ସଠିକ୍ ଭାବରେ ଭେଟିବାକୁ ଦିଆଯାଉ ନାହିଁ। ଏହା ସ୍ପଷ୍ଟ ଭାବରେ ଏକ ହୀନ ରାଜନୀତି। ଅରବିନ୍ଦ କେଜ୍ରିୱାଲ ନିଶ୍ଚିତ ଭାବରେ ବାହାରକୁ ଆସିବେ ବୋଲି ସଞ୍ଜୟ ସିଂହ ଦାବି କରିଛନ୍ତି।






More Stories
୩୮ ଦୋଷୀଙ୍କୁ ଫାଶୀ,୧୧ ଙ୍କୁ ଆଜୀବନ ଦଣ୍ଡାଦେଶ…..
କେରଳରେ ଭୂସ୍ଖଳନ,୨ ମୃତ…..
ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ……