ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ। ଫେବ୍ରୁଆରୀ ୨୫ରେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ଦେବାଶିଷ। ମାତ୍ର ୨ ମାସ ୯ ଦିନ ପରେ ବିଜେପି ଛାଡ଼ି କଂଗ୍ରେସରେ ସେ ସାମିଲ ହୋଇଛନ୍ତି। ବରୀରୁ ବିଜେପି ଟିକେଟ ପାଇବାକୁ ଆଶା ରଖିଥିଲେ ଦେବାଶିଷ। କିନ୍ତୁ ବିଜେପି ତାଙ୍କୁ ବରୀରୁ ଟିକେଟ ନଦେବାରୁ ସେ ଦଳ ଛାଡ଼ିଛନ୍ତି। ଦେବାଶିଷ ବରୀରୁ ବିଜେଡି ଟିକେଟରେ ୪ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦, ୨୦୦୪,୨୦୦୯ ଓ ୨୦୧୪ରେ ସେ ବରୀରୁ ନିର୍ବାଚିତ ହୋଇଥିଲେ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..