ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ, ୨୦୨୪ ଏପ୍ରିଲ ୩୦ ସୁଦ୍ଧା ୭ ହଜାର ୯୬୧ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନରେ ଥିଲା। ବ୍ୟାଙ୍କ କହିଛି ଯେ ମେ’ ୨୦୨୩ ସୁଦ୍ଧା ୩ ଲକ୍ଷ ୫୬ ହଜାର କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରଚଳନରେ ଥିବା ବେଳେ ସେଥିରୁ ୯୭.୮ ପ୍ରତିଶତ ନୋଟ୍ ଫେରାଇ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ମେ’ ୧୯, ୨୦୨୩ରେ ଦୁଇ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା କରିଥିଲା ଏବଂ ୨୦୨୩ ଅକ୍ଟୋବର ୭ ତାରିଖର ସମୟ ସୀମା ମଧ୍ୟରେ ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରେ ଜମା କିମ୍ବା ବଦଳାଇବାକୁ ନାଗରିକମାନଙ୍କୁ ଅନୁରୋଧ କରିଥିଲା। ରିଜର୍ଭ ବ୍ୟାଙ୍କ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଏହି ସମୟସୀମା ପରେ ମଧ୍ୟ ୨୦୦୦ ଟଙ୍କିଆ ନୋଟ୍ ବୈଧ ରହିବ ଏବଂ ଆରବିଆଇର ୧୯ଟି ଶାଖାରେ ଏହାକୁ ବଦଳାଇବା କିମ୍ବା ଜମା କରାଯାଇପାରିବ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..