ରିପୋର୍ଟ କାର୍ଡ / ଭଞ୍ଜନଗର
ଗଂଜାମ ଭଞ୍ଜନଗରର ତୁରୁମୁ ପଞ୍ଚାୟତର ବେରୁଆବାଡି ଗାଁର ୪୭୮ ନମ୍ବର ବୁଥ୍ରେ ନିର୍ବାଚନୀ ହିଂସା ଘଟିଛି। ବୁଥ୍ରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ ଦେଖିବାକୁ ମିଳିଛି । ବିଜେପି କର୍ମୀଙ୍କୁ ବିଜେଡି ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଜେଡ଼ିକର୍ମୀମାନେ ବୁଥ୍ ରିଗିଂ କରିବାକୁ ଚେଷ୍ଟା କରୁଥିବାବେଳେ ବିଜେପି କର୍ମୀମାନେ ବିରୋଧ କରିଥିଲେ। ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହା ସହିତ ମାରପିଟ୍ ଆରମ୍ଭ ହୋଇଯାଇଥିଲା । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।
More Stories
ମାନ୍ନାପୁରମ୍ ରୁ ଲୁଟ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ…..
କୁଆଖାଇ ନଦୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ…..
‘ବିକଶିତ ଗାଁ,ବିକଶିତ ଓଡ଼ିଶା’ କାର୍ଯ୍ୟକ୍ରମର ଶୁଭାରମ୍ଭ….