ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆନ୍ଧ୍ରପ୍ରଦେଶରେ ୱାଇଏସ୍ଆର୍ସିପିର ଜଣେ ବିଧାୟକ ଇଭିଏମ୍ ଭାଙ୍ଗି ନଷ୍ଟ କରିଦେବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ବିଧାୟକଙ୍କ ଦ୍ବାରା ଇଭିଏମ୍ ଭଙ୍ଗାରୁଜା କ୍ୟାମେରାରେ ରେକର୍ଡ ହୋଇଥିବା ବେଳେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ବାଚନ କମିସନ ରାଜ୍ୟ ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୩ ତାରିଖରେ ମାର୍ଚେଲା ବିଧାୟକ ପି ରାମକୃଷ୍ଣ ରେଡ୍ଡୀ ଇଭିଏମ୍ ନଷ୍ଟ କରିଥିବା ଅଭିଯୋଗ ହୋଇଥିଲା ଏବଂ ତଦନ୍ତ ପରେ ବିଧାୟକ ନିଜେ ତାଙ୍କ ସମର୍ଥକଙ୍କ ସହ ଏକ ମତଦାନ କେନ୍ଦ୍ରରେ ଏଭଳି କାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ନିର୍ବାଚନ କମିସନ ତତ୍କାଳ ବିଧାୟକଙ୍କ ଗିରଫଦାରୀ ପାଇଁ ପୋଲିସ ମୁଖ୍ୟଙ୍କୁ କହିଛନ୍ତି। ଏ ବାବଦରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ହରିଶ କୁମାର ଗୁପ୍ତାଙ୍କୁ ଅବଗତ କରାଯିବା ପରେ ଦୁଇଟି ସ୍ବତନ୍ତ୍ର ପୋଲିସ ଟିମ୍ ଏ ଦିଗରେ ନିୟୋଜିତ ହୋଇଛନ୍ତି।






More Stories
ଛାତ୍ରୀଛାତ୍ରଙ୍କୁ ଟିପ୍ସ ଦେଲେ ମୋଦି…..
କୋର୍ଟକୁ ବୋମା ଧମକ…..
ରେପୋ ରେଟରେ ଅପରିବର୍ତ୍ତିତ…..