Report Card Odisha

| Daily Odia News

ଜୁନ୍‌ ୪ରେ ଦେଶ ଏକ ନୂଆ ଫିଲ୍ମ ଦେଖିବ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଆଜମଗଡ଼ରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ରାଲିରେ କହିଛନ୍ତି ଯେ ଜୁନ୍‌ ୪ରେ ଦେଶ ଏକ ନୂଆ ଫିଲ୍ମ ଦେଖିବ। ଲୋକସଭା ନିର୍ବାଚନର ପରିଣାମ ସହିତ ଦେଶରେ ନୂଆ ଅଧ୍ୟାୟ ଆରମ୍ଭ ହେବ। ଇଣ୍ଡିଆ ମେଣ୍ଟ ବହୁତ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି ବୋଲି ମତ ରଖି ଅଖିଳେଶ କହିଛନ୍ତି, ରାଜ୍ୟରେ କଂଗ୍ରେସ-ସପା ମେଣ୍ଟ ୭୦ରୁ ଅଧିକ ଆସନ ହାସଲ କରିବା ନିଶ୍ଚିତ। ମାୟାବତୀଙ୍କ ନେତୃତ୍ବାଧୀନ ବିଏସ୍‌ପି ଏବଂ ବିଜେପି ଭିତରେ ଭିତିରି ବୁଝାମଣା ହୋଇଛି ଏବଂ ଲୋକେ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଅଖିଳେଶ କହିଛନ୍ତି। ତେବେ ନିର୍ବାଚନ କମିସନଙ୍କ ତାଗିଦ ସତ୍ତ୍ବେ ଅଖିଳେଶ ପୁଣି କହିଛନ୍ତି ଯେ ବିଜେପି ଜିତିରେ ସମ୍ବିଧାନ ବଦଳିଯିବ ଏବଂ ସଂରକ୍ଷଣ ବ୍ୟବସ୍ଥା ବିପଦରେ ପଡ଼ିଯିବ। ପ୍ରତ୍ୟେକ ପର୍ଯ୍ୟାୟ ଭୋଟ୍‌ ସହ ଇଣ୍ଡିଆ ମେଣ୍ଟ ଅଧିକ ସଶକ୍ତ ହୋଇଛି ଏବଂ ଆଉ ଦୁଇ ପର୍ଯ୍ୟାୟରେ ଏହା ୩ ଶହ ଆସନ ଅତିକ୍ରମ କରିବା ସ୍ପଷ୍ଟ ହୋଇଗଲାଣି ବୋଲି ସେ କହିଛନ୍ତି। ଭୋଟ୍‌ ସରିଥିବା ୫ଟି ପର୍ଯ୍ୟାୟରେ ବିଜେପିର ଲଗାତାର ପତନ ହୋଇଛି ଏବଂ ବିଜେପି ନେତାମାନେ ଏବେ କେବଳ ସାଂପ୍ରଦାୟିକ ରାଜନୀତିରେ ବ୍ୟସ୍ତ ରହିଛନ୍ତି ବୋଲି ଅଖିଳେଶ କହିଛନ୍ତି। ଅନ୍ୟପକ୍ଷରେ ଅଖିଳେଶଙ୍କ ଏଭଳି ବୟାନ କେବଳ ଦିବାସ୍ବପ୍ନ ଛଡ଼ା ଆଉ କିଛିନୁହେଁ ବୋଲି ରାଜ୍ୟ ବିଜେପି ନେତାମାନେ କହିଛନ୍ତି। ରାଜ୍ୟରେ ଇଣ୍ଡିଆ ମେଣ୍ଟର ଖେଳ ଶେଷ ହୋଇଗଲାଣି ଏବଂ

Breaking News