ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତର ପ୍ରଦେଶର ଆମେଠିକୁ ବିଜେପି ଠାରୁ ଛଡ଼ାଇ ଆଣିଛି କଂଗ୍ରେସ। ୨୦୧୯ରେ ଏଠାରେ ବିଜେପିର ସ୍ମୃତି ଇରାନୀ କଂଗ୍ରେସର ରାହୁଲ ଗାନ୍ଧିଙ୍କୁ ହରାଇ ଥିଲେ। ୨୦୨୪ରେ ରାହୁଲ ଏଠାରୁ ଆଉ ପ୍ରାର୍ଥୀ ହୋଇ ନଥିଲେ। ଏହାକୁ ନେଇ ବିଜେପି ତାଙ୍କୁ ତୀବ୍ର ସମାଲୋଚନା କରିଥିଲା। କିନ୍ତୁ କଂଗ୍ରେସ ଗାନ୍ଧି ପରିବାରର ଅତ୍ୟନ୍ତ ଘନିଷ୍ଠ କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଥିଲା। ଏବେ ସେ ସମସ୍ତଙ୍କୁ ଚିକତି କରି ସ୍ମୃତି ଇରାନୀଙ୍କୁ ହରାଇ ଦେଇଛନ୍ତି।ସେହିପରି ଶର୍ମାଙ୍କ ଭୋଟ ହାର ୫୪.୮୭% ଓ ଇରାନୀଙ୍କ ଭୋଟ ହାର ୩୮.୦୧% ରହିଛି। ତେଣୁ ଏଠାରେ ସ୍ମୃତି ଇରାନୀ ପରାସ୍ତ ହୋଇଛନ୍ତି |






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..