ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଲୋକସଭା ନିର୍ବାଚନରେ ବର୍ତ୍ତମାନ ସୁଦ୍ଧା ଏନଡିଏ ପ୍ରାୟ ୨୯୩ ଆସନରେ ବିଜୟୀ କିମ୍ବା ଆଗୁଆ ଥିବା ବେଳେ ଇଣ୍ଡିଆ ମେଣ୍ଟ ୨୩୦ ଆସନରେ ବିଜୟୀ କିମ୍ବା ଆଗୁଆ ରହିଛି । ଆସନ୍ତାକାଲି ଦିଲ୍ଲୀରେ ଏନଡିଏ ନେତାଙ୍କ ଏକ ବଡ ବୈଠକ ହୋଇପାରେ ବୋଲି ଜଣାପଡ଼ିଛି । ଏହି ବୈଠକରେ ସରକାର ଗଠନ ନେଇ ନିଷ୍ପତ୍ତି ହେବ । ଏହି ବୈଠକରେ ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ବହୁ ବଡ଼ ବଡ଼ ନେତା ଯୋଗଦେବେ। ଏହି ବୈଠକରେ ବିଜେପି ନେତା ଅମିତ ଶାହା ମଧ୍ୟ ଉପସ୍ଥିତ ରହିବେ। ବୁଧବାର ଦିଲ୍ଲୀରେ ଅନୁଷ୍ଠିତ ଏନଡିଏ ବୈଠକରେ ନେତାମାନେ ଭବିଷ୍ୟତ ରଣନୀତି ସ୍ଥିର କରିବେ। ଏଥିସହ କ୍ୟାବିନେଟ ଗଠନ କୁ ନେଇ ଆଲୋଚନା ମଧ୍ୟ ସମ୍ଭବ । ନିର୍ଣ୍ଣାୟକ ଅଗ୍ରଣୀ ପାଇବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏନଡିଏ ସମର୍ଥିତ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ମୁଖ୍ୟ ତଥା ଦଳୀୟ ପ୍ରାର୍ଥୀ ଜିତନ ରାମ ମାଝୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ଏହାକୁ ମୋଦୀଙ୍କ ନୈତିକ ପରାଜୟ ବୋଲି କହିଛି ।






More Stories
ଆସିୟା ଙ୍କୁ ଆଜୀବନ କାରାଦଣ୍ଡାଦେଶ…..
ଲାଲୁଙ୍କ ପିଟିସନ ଖାରଜ…..
ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ……