ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବିଜେପି ନେତୃତ୍ୱାଧୀନ ଏନଡିଏ ବୈଠକ ଶେଷ ହୋଇଛି । କିଛି ସମୟ ପରେ ନୂଆ ସରକାର ଗଠନ ପାଇଁ ଦାବି ଜଣାଇବେ ନରେନ୍ଦ୍ର ମୋଦି। ସେ ଏନଡିଏ ସଦସ୍ୟଙ୍କ ସହ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ଚଳିତ ଲୋକସଭାରେ କୌଣସି ନିର୍ଦ୍ଦିଷ୍ଟ ରାଜନୀତିକ ଦଳକୁ ସ୍ପଷ୍ଟ ବହୁତ ମିଳିନାହିଁ। ତେଣୁ ଦେଶକୁ ପୁଣି ମେଣ୍ଟ ସରକାର ରାଜନୀତି ଫେରିଛି। ବିଜେପି ଦେଶର ଏକକ ସର୍ବବୃହତ୍ତ ଦଳ ଭାବେ ୨୪୦ଟି ଆସନ ଜିତିଛି। ସହଯୋଗୀଙ୍କ ଆସନ ମିଶାଇ ଦଳ ପାଖରେ ୨୯୨ଟି ସିଟ୍ ରହିଛି।ଏଥିରେ ବିଜେପିର ସମସ୍ତ ସହଯୋଗୀ ଦଳ ସାମିଲ ହୋଇଥିଲେ। ତେବେ ସମସ୍ତଙ୍କ ନଜର ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ ନାଇଡୁ ଓ ଜେଡିୟୁର ନୀତୀଶ କୁମାରଙ୍କ ଉପରେ ରହିଥିଲା। ଏହି ଦୁଇ ଜଣ ଏବେ କିଙ୍ଗ ମେକର। ଉଭୟଙ୍କ ପାଖରେ ୨୮ଟି ଆସନ ରହିଛି। କାଳେ ଏମାନେ ପଟ ପରିବର୍ତ୍ତନ କରିନେବେ, ସେଥିପାଇଁ ବୈଠକରେ ଉଭୟଙ୍କ ଠାରୁ ମୋଦି ଲିଖିତ ଭାବେ ସମର୍ଥନ ହାସଲ କରିଥିବା ଜଣାପଡ଼ିଛି।ବୈଠକରେ ଉଭୟଙ୍କ ସହ ମୋଦି ମଧ୍ୟ ବେଶ ଭଲ ଭାବେ ନିର୍ବାଚନୀ ରେଜଲ୍ଟକୁ ନେଇ କଥାବାର୍ତ୍ତା କରିଛନ୍ତି।
More Stories
ଆମେରିକା ନିୟମ ଅନୁଯାୟୀ ଭାରତୀୟମାନଙ୍କୁ ପଠାଇଛି…..
ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ……
୨୧ରୁ ମାଟ୍ରିକ୍ ପରୀକ୍ଷା,ପ୍ରଶ୍ନପତ୍ରରେ ସିରିଏଲ୍ ନମ୍ବର ରହିବ…..