ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଏନଡିଏ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁ କିଙ୍ଗ ମେକର ସାଜିଛନ୍ତି। ବିଜେପିକୁ ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ମିଳି ନଥିବାରୁ ଏହି ଦୁଲ ଦଳର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ କେନ୍ଦ୍ର କ୍ୟାବିନେଟର ବଡ଼ବଡ଼ ମନ୍ତ୍ରଣାଳୟ ନେବାକୁ ଦାବି କରିଛନ୍ତି। ପ୍ରତିରକ୍ଷା, ଅର୍ଥ, ସ୍ୱରାଷ୍ଟ୍ର ଓ ବୈଦେଶିକ ମନ୍ତ୍ରାଣଳୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଦଳ ସହଯୋଗୀଙ୍କୁ ବିଜେପି ଦେବା ମୁଡରେ ନଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ, ଟିଡିପି ପାଖରେ ୧୬ ଓ ଜେଡିୟୁ ପାଖରେ ୧୨ ଜଣ ସାଂସଦ ରହିଛି। ତେଣୁ ଉଭୟ ନିଜ ଇଚ୍ଛାରେ ମନ୍ତ୍ରୀ ପଦ ନେବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରାରମ୍ଭିକ ଆଲୋଚନାରେ ସହଯୋଗୀ ଦଳଗୁଡ଼ିକ ୪ ଜଣ ସାଂସଦରେ ଗୋଟିଏ ମନ୍ତ୍ରୀ ପଦ ଚାହୁଁଥିବା ବିଜେପି ଆଗରେ ସର୍ତ୍ତ ରଖିଛନ୍ତି। ଏହି ଫର୍ମୁଲା ଅନୁସାରେ ଟିଡିପି ମୋଦି ୩.୦ ସରକାରରେ ୪ଟି ଓ ଜେଡିୟୁ ୩ଟି ମନ୍ତ୍ରୀ ପଦ ହାସଲ କରିବାକୁ ଚାହୁଁଛି। ଅତିରିକ୍ତ ଭାବେ ଏକନାଥ ସିନ୍ଦେଙ୍କ ଶିବସେନା ପାଖରେ ୭ ଜଣ ଓ ଚିରାଗ ପାଶ୍ୱାନଙ୍କ ପାଖରେ ୫ ଜଣ ସାଂସଦ ରହିଛନ୍ତି। ତେଣୁ ଉଭୟ ଗୋଟିଏ କ୍ୟାବିନେଟ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ଦାବି କରିଛନ୍ତି।






More Stories
ଓଡଗାଁ ହତ୍ୟା ଘଟଣାରେ ୪ ଗିରଫ……
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ଶୁଭେନ୍ଦୁ…..