ରିପୋର୍ଟ କାର୍ଡ / ଭୁବନେଶ୍ୱର
ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସ୍ଥାନରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକ ଇନଚାର୍ଜ ଆଡଭୋକେଟ୍ ଜେନେରାଲ ଭାବେ ଦାୟିତ୍ୱ ତୁଲାଇବେ । ଶ୍ରୀ ପଟ୍ଟନାୟକ ନିଜ ଦାୟିତ୍ୱ ସହ ଅତିରିକ୍ତ ଭାବେ ‘ଆଡଭୋକେଟ୍ ଜେନେରାଲ’ଙ୍କ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି । ଆଇନ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ଫଳାଫଳ ଆସିବା ପରେ ଆଡଭୋକେଟ୍ ଜେନେରାଲ ଶ୍ରୀ ପରିଜା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟ ସରକାର ତାଙ୍କର ଇସ୍ତଫାକୁ ମଞ୍ଜୁର କରିଛନ୍ତି । ବରିଷ୍ଠ ଓକିଲ ଶ୍ରୀ ପରିଜା ୨୦୧୯ ଜୁନ୍ ୨୬ତାରିଖରେ ଓଡ଼ିଶାର ଆଡଭୋକେଟ୍ ଜେନେରାଲ ଦାୟିତ୍ୱ ନେଇଥିଲେ ।ଶ୍ରୀ ପରିଜାଙ୍କ ଇସ୍ତଫା ପରେ ସରକାରୀ ଓକିଲ ଜ୍ୟୋତିପ୍ରକାଶ ପଟ୍ଟନାୟକଙ୍କୁ ଦୈନନ୍ଦିନ କାର୍ଯ୍ୟ ପାଇଁ ଇନଚାର୍ଜ ଆଡଭୋକେଟ୍ ଜେନେରାଲ ଦାୟିତ୍ୱ ନ୍ୟସ୍ତ ହୋଇଛି ।






More Stories
ଭଡ଼ାଘର ଦେବେ ସରକାର…..
କଂଗ୍ରେସରୁ ନିଳମ୍ବିତ ହେଲେ…..
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର…..