ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସଂସଦ ଭବନ ପରିସରରେ କଡ଼ା ସୁରକ୍ଷା ସତ୍ତ୍ବେ ଉତ୍ତରପ୍ରଦେଶର ୩ ଜଣ ଶ୍ରମିକ ନକଲି ଆଧାର କାର୍ଡ ବ୍ୟବହାର ପଶିବାକୁ ଚେଷ୍ଟା କରିବା ଚର୍ଚ୍ଚର ବିଷୟ ହୋଇଛି। ଦିଲ୍ଲୀ ପୋଲିସ ଏହି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆପରାଧିକ ମାମଲାରେ ଦିଲ୍ଲୀ ପୋଲିସ ଦ୍ବାରା ଗିରଫ ହୋଇଥିବା ଏହି ୩ ଅଭିଯୁକ୍ତ ହେଉଛନ୍ତି କାସିମ, ମୋନିସ ଏବଂ ସୋଏବ। ସେମାନେ ଶୁକ୍ରବାର ସଂସଦ ଭବନର ଏଣ୍ଟ୍ରି ଗେଟ୍ରେ ପଶିବାକୁ ଯାଉଥିବା ବେଳେ ସେମାନଙ୍କୁ ସିଆଇଏସ୍ଏଫ୍ ସୁରକ୍ଷାକର୍ମୀ ଅଟକାଇଥିଲେ। ୩ ଅଭିଯୁକ୍ତ ଯେତେବେଳେ ସିଆଇଏସ୍ଏଫ୍ ସୁରକ୍ଷାକର୍ମୀଙ୍କୁ ସେମାନଙ୍କ ଆଧାର କାର୍ଡ ଦେଇଥିଲେ ତାହା ସନ୍ଦେହ ସୃଷ୍ଟି କରିଥିଲା। କାର୍ଡ ଯାଞ୍ଚ କରିବା ପରେ ଏହା ନକଲି ବୋଲି ଜଣାପଡ଼ିଥିଲା। ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ସିଆଇଏସ୍ଏଫ୍ ସୁରକ୍ଷାକର୍ମୀଙ୍କ ଦ୍ବାରା ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରାଯାଇଛି ଏବଂ ଏନେଇ ଆଇପିସିର ବିଭିନ୍ନ ଧାରା ଅଧୀନରେ ସେମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ଦିଲ୍ଲୀ ପୋଲିସ ଉକ୍ତ ୩ ଜଣଙ୍କୁ ଗିରଫ କରିଛି। ସୂଚନାଯୋଗ୍ୟ, ଗତ ବର୍ଷ ସଂସଦ ଭବନରେ ବଡ଼ ଧରଣର ସୁରକ୍ଷା ତ୍ରୁଟି ଦେଖିବାକୁ ମିଳିବା ପରେ ଏହାର ସୁରକ୍ଷା ଦାୟିତ୍ବ ସିଆଇଏସ୍ଏଫ୍କୁ ହସ୍ତାନ୍ତର କରାଯାଇଛି।






More Stories
ଇଣ୍ଡୋନେସିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ବିତାଙ୍ଗ ଆଦିପୂର୍ଣ୍ଣ’ ସମ୍ମାନ……
ଅଗ୍ନିବୀର ନିଯୁକ୍ତି ପାଇଁ ଆସୁଛି ନୂଆ ନିୟମ…..
ପ୍ରେମିକ ସହ ମିଶି ସ୍ବାମୀ କୁ ହତ୍ୟା କଲା ସ୍ତ୍ରୀ…..