ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଉତ୍ତରପ୍ରଦେଶର ମେରୁଟରେ ଥିବା ସଦର ପୋଲିସ ଷ୍ଟେସନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଏସି ବିସ୍ଫୋରଣ ହେତୁ ହୋଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ପ୍ରତିଦିନ ଭଳି ସଦର ଥାନାରେ ପୋଲିସ କର୍ମଚାରୀ ନିଜନିଜ କାମରେ ବ୍ୟସ୍ତ ଥିବାବେଳେ ହଠାତ ପୋଲିସ ଷ୍ଟେସନରେ ଲାଗିଥିବା ଏସି ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଏତେ ଭୟାବହ ଥିଲା କି ଥାନା ହୁହୁ ହୋଇ ଜଳିବାକୁ ଲାଗିଥିଲା। ଏଥିସହିତ ଥାନା ଭିତରେ ଥିବା ସମସ୍ତ ଆସବାବାପତ୍ର ଜଳି ପାଉଁଶ ହୋଇଯାଇଥିଲା। ଏ ସମୟରେ ଥାନା ଭିତରେ ଥିବା କର୍ମଚାରୀମାନେ ଭୟଭୀତ ହୋଇ ଜୀବନ ବିକଳରେ ଯିଏ ଯେଉଁଆଡେ ପାଇଥିଲେ ଦୌଡ଼ି ପଳାଇଥିଲେ। ଅଗ୍ନିଶମ ବିଭାଗକୁ ସୂଚନା ଦେବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିସହିତ ପୋଲିସ ଷ୍ଟେସନ ବାହାରେ ଥିବା ଗାଡ଼ିଗୁଡ଼ିକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରିଦିଆଯାଇଥିଲା। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କୌଣସି ପୋଲିସ କର୍ମଚାରୀଙ୍କୁ ବିଶେଷ କିଛି କ୍ଷତି ପହଞ୍ଚିନାହିଁ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……